ଇନ୍ଦୋର: ଭାରତରେ ପ୍ରଥମ କରି ଜଣେ ଡାକ୍ତର କରୋନା ଭୂତାଣୁ ଶିକାର ହୋଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ୬୨ ବର୍ଷୀୟ ଡାକ୍ତର ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗୁରୁବାର ଭୋର ୪ଟା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଡାକ୍ତର ଜଣକ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରୁ ନ ଥିଲେ। ତେଣୁ ସେ ଅନ୍ୟ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଉଛି। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସେ ଏକ ଘରୋଇ କ୍ଲିନିକରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଏହି ସମୟରେ ସେ କାହାଠାରୁ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଇନ୍ଦୋରରେ ବର୍ତ୍ତମାନ ସୁଦ୍ଧା ୨୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଅନ୍ୟ କେତେଜଣ ଡାକ୍ତର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
Popular Categories



