www.samajalive.in
Monday, December 8, 2025
24.1 C
Bhubaneswar

କେପିଏନ ଉଚ୍ଚ-ମାଧ୍ୟମିକ ବିଦ୍ୟାଳୟ ବାଙ୍କୋଇର ୮୬% ସଫଳତା

ବୋଲଗଡ : ରାଜ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ଓ କାଳୀଚରଣ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର କଲେଜ ସହାୟତାରେ ଅନୁଷ୍ଠିତ ହୋଇଥିବା ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଉଚ୍ଚକୋଟୀର ହୋଇଛି। ଯୁକ୍ତ ୨ କଳା ବିଭାଗରେ ୧୭୨ଜଣ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ଜଣ ପ୍ରଥମଶ୍ରେଣୀ, ୩୫ଜଣ ଦ୍ୱିତୀୟ ଶ୍ରେଣୀ ଓ ୮୫ଜଣ ତୃତୀୟ ଶ୍ରେଣୀରେ ଉନ୍ନୀତ ହୋଇଛନ୍ତି। ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରତ୍ୟେକ ପରୀକ୍ଷାକେନ୍ଦ୍ର ଗୁଡିକରେ କପିକୁ ରୋକିବା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ନିର୍ଭୟରେ ଆଦର୍ଶ ପରୀକ୍ଷା ପାସ୍ କରିଥିବାରୁ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ରାଉତ ,ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଭିଭାବକମାନେ ଆନନ୍ଦ ପ୍ରକାଶ କରିଅଛନ୍ତି। ଏହି କଲେଜର ବାର୍ଷିକ ପରୀକ୍ଷାହାର ୮୬ଶତକଡା ହୋଇଥିବାରୁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଜଣେ ଛାତ୍ରୀ ସମୁଗାୟ ୪୭୨ ସର୍ବୋଚ୍ଚ ନମ୍ବର ରଖି କଲେଜର ଗୌରବ ବଢେଇ ଦେଇପାରିଛନ୍ତି। ତେଣୁ କଲେଜର ପ୍ରାଣପ୍ରତିଷ୍ଠାତା ଶିକ୍ଷାବିତ୍ କାଳୀଚରଣ ଜୟସିଂହ, ସମ୍ପାଦିକା କୁମୁଦିନୀ ଜୟସିଂହ, କଲେଜ ପରିଚାଳନା କମିଟି ଓ ଅଧ୍ୟକ୍ଷ ପ୍ରଦୀପ କୁମାର ରାଉତ ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ସାଧୁବାଦ ଜଣାଇଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories