ହରଭଙ୍ଗା : ହରଭଙ୍ଗା ବ୍ଲକ ସଦରମହକୁମା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକ ଶୌଚାଳୟ ନିକଟରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଏକ ଅଜଣାଗାଡି ଧକ୍କାରେ ଦୁଇଟି ବାଛୁରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜଣାପଡିବାପରେ ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଦୁଇ ମୃତ ବାଛୁରୀଙ୍କୁ ରାଜପଥରୁ ହଟାଇବା ବ୍ୟବସ୍ଥା କରାଯାଇଥିଲା। ସୂଚନା ଥାଉ , ଚାରିଛକ ବଜାରର ରାଜପଥ ଉପରେ ବୁଲା ଗାଈ,ଗୋରୁଙ୍କ ଏଣେତେଣେ ବୁଲିବା ଯୋଗୁଁ ଏଭଳି ଘଟଣା ବାରମ୍ବାର ନଜରକୁ ଆସୁଛି। ମାତ୍ର ଏଥିପ୍ରତି ଗୋରୁ ମାଲ୍ଲିକମାନେ ସଚେତନ ହେଉନଥିବାରୁ ନୀରିହ ପଶୁଙ୍କ ଅକାରଣରେ ଜୀବନ ଯାଉଥିବା ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି। ଏଥିପ୍ରତି କଡାଆଭିମୁଖ୍ୟ ଗ୍ରହଣ ପାଇଁ ସାଧାରଣରେ ଦାବୀ ହେଉଛି।
Popular Categories



