www.samajalive.in
Thursday, December 11, 2025
14.1 C
Bhubaneswar

ଆସନ୍ତାକାଲିଠାରୁ ଯୁକ୍ତ ୨ ନାମଲେଖା ଆବେଦନ

ଭୁବନେଶ୍ବର :  ଗୁରୁବାର (ଆସନ୍ତାକାଲି)ଠାରୁ ରାଜ୍ୟରେ ଯୁକ୍ତ ୨ ନାମଲେଖା ଆରମ୍ଭ ହେବ। ଏଥିପାଇଁ ଛାତ୍ରଛାତ୍ରୀମାନେ ଅନ୍‍ଲାଇନରେ ଆବେଦନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଯୁକ୍ତ ୨ କଲେଜ ସମେତ ସେଲ୍‍ଫ ଫାଇନାନ୍‍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ଛାତ୍ରଛାତ୍ରୀମାନେ ଅନ୍‍ଲାଇନରେ ଆବେଦନ କରିପାରିବେ।

ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୁ www.samodisha.gov.in ୱେବ୍‍ସାଇଟରେ ସିଏଏଫ୍‍ ଉପଲବ୍ଧ ହେବ। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସେହିପରି ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।  ସାଧାରଣ ବର୍ଗ ପାଇଁ ୩ଶହ ଟଙ୍କା ଏବଂ ସଂରକ୍ଷିତ ବର୍ଗ ପାଇଁ ୨ଶହ ଟଙ୍କା ଆବେଦନ ଫି ରହିଛି ।  ୨୧ତାରିଖ ଅପରାହ୍ଣ ୫ଟା ସୁଦ୍ଧା ସିଏଏଫ୍‍ର ପ୍ରିଣ୍ଟ କପି ସହ ସମସ୍ତ ଡକ୍ୟୁମେଣ୍ଟ ସାମ୍‍ସ ରିସୋର୍ସ ସେଣ୍ଟର (ଏସ୍‍ଆର୍‍ସି)ରେ ଦାଖଲ କରିପାରିବେ। ୨୬ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍‍ ଲିଷ୍ଟ ତଥା କଟ୍‍ ଅଫ୍‍ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଚଳିତମାସ ୨୮ତାରିଖରୁ ଆସନ୍ତା ମାସ ୨ ତାରିଖ ମଧ୍ୟରେ ନାମଲେଖାଇ ପାରିବେ। ସେହିପରି ଦ୍ବିତୀୟ ପର୍ଯାୟ ମେରିଟ୍ ଲିଷ୍ଟ ଜୁଲାଇ ୮ରେ ପ୍ରକାଶ ପାଇବ। ଜୁଲାଇ ୯ରୁ ୧୧ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories