www.samajalive.in
Saturday, December 6, 2025
26.1 C
Bhubaneswar

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା; ପୂର୍ବତନ ଓଆଇଏସ୍‌ ଅଧିକାରୀଙ୍କ ସମେତ ୨ ଗିରଫ

ଚାନ୍ଦବାଲି : ୱେବ୍ ଚ୍ୟାନେଲ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏକାଧିକ ଲୋକଙ୍କ ସମ୍ପୃକ୍ତି ଏହି ଘଟଣାକୁ ଅଧିକ ରହସ୍ୟାବୃତ୍ତ କରୁଛି। ଏହି ହତ୍ୟା ମାମଲାରେ ସୋମବାର ଚାନ୍ଦବାଲି ପୁଲିସ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀ ଓ ଅନ୍ୟ ଜଣେ ଅଭିଯୁକ୍ତ ରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି। ହତ୍ୟା ଷଡ଼ଯନ୍ତ୍ର, ମାଡ଼ ମାରିବା ଓ ମୃତଦେହ ପୋତିବାରେ ଉଭୟ ନିରଞ୍ଜନ ଓ ରଞ୍ଜନ ସମ୍ପୃକ୍ତ ଥିଲେ। ଜିଲ୍ଲା ଅତିରିକ୍ତ ଏସପି ଯତୀନ ପଣ୍ଡା ଚାନ୍ଦବାଲି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।

ସେହିପରି ଚାନ୍ଦବାଲି ପୁଲିସ ଚାପରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀଙ୍କୁ ଛାଡି ଦେଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଶର୍ମିଷ୍ଠା ରାଉତ ଏବେ ବି ଫେରାର ଥିବା ବେଳେ ତିନୋଟି ଟିମ୍ ତାଙ୍କୁ ଖୋଜିବାରେ ନିୟୋଜିତ ଥିବା ସେ ପ୍ରକାଶ କରିଛନ୍ତି। ଜେଉଁ ଚିପ୍‌ ପାଇଁ ମାନସର ହତ୍ୟାକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ପୁଲିସ ପାଇ ପାରିନାହିଁ। ଗିରଫ ହୋଇଥିବା ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ ଚାନ୍ଦବାଲି ଆସି ନ ଥିଲେ। ଭୁବନେଶ୍ୱରରେ ରହି ସମସ୍ତ ଘଟଣାକୁ ପରିଚାଳନା କରୁଥିବା ବେଳେ ହତ୍ୟାକାଣ୍ଡ ସମୟରେ ସେମାନେ ଉପସ୍ଥିତ ଥିବା ପୁଲିସ ପ୍ରକାଶ କରିଛି। ଘଟଣାର ଅଧିକ ତଦନ୍ତ ଚାଲିଛି। ଆହୁରି ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ପୁଲିସ ପ୍ରକାଶ କରିଛି। ମୁଖ୍ୟ ଅଭିଯୁକ୍ତ ଜଣେ ପେଶାଦାର ଅପରାଧୀ ହୋଇ ନ ଥିବା ବେଳେ କେମିତି ପୁଲିସ ସ୍କାନରରୁ ଦୂରରେ ଅଛି, ତାଙ୍କୁ ଫେରାର ପଛରେ କାହାର ହାତ ଅଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories