www.samajalive.in
Saturday, December 6, 2025
26.1 C
Bhubaneswar

ଟେସଲା କରୋନା ସମୟରେ ଲାଭ କରିଛି ୭୨୧ ମିଲିୟନ ଡଲାର

ନୂଆଦିଲ୍ଲୀ: ବୁଧବାର ବିଶ୍ୱର ଅଗ୍ରଣୀ ଇଲେକ୍ଟ୍ରିକ୍ ଉତ୍ପାଦନକାରୀ କମ୍ପାନୀ ଟେସଲା ଏହାର ପ୍ରଥମ ବର୍ଷର ଲାଭ ବିଷୟରେ ସୂଚନା ଦେଇଛି।

ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାର ଚତୁର୍ଥ କ୍ବାର୍ଟରରେ କମ୍ ଆୟ ସହ ସେୟାର ହ୍ରାସ ପାଇଥିଲା। ଟେସଲାର ଉତ୍ପାଦନ ଏବଂ ବିତରଣକୁ କରୋନା ଭୂତାଣୁ ପ୍ରଭାବିତ କରିଥିବା ସତ୍ତ୍ବେ ୨୦୨୦ରେ କମ୍ପାନୀ ୭୨୧ ନିୟୁତ ଡଲାରର ଲାଭ କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ସୂଚନା ଅନୁଯାୟୀ, ଟେସଲା ୨୦୧୯ରେ ୮୬୨ନିୟୁତ ଡଲାରର କ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା। ୨୦୨୦ରେ ଟେସଲାର ଆୟ ୨୮ ପ୍ରତିଶତ ବୃଦ୍ଧି ହୋଇ ୩୧.୫ ବିଲିୟନରେ ପହଞ୍ଚିଛି।

ଟେସଲା ପାଇଁ ୨୦୨୦ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । କିନ୍ତୁ ୨୦୨୧ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ଚାଇନା କାରଖାନାରେ ଉତ୍ପାଦନ ବୃଦ୍ଧି କରିବା ସହିତ ଜର୍ମାନୀ ଏବଂ ଟେକ୍ସାସ୍ ରାଜ୍ୟରେ ନିର୍ମିତ ହେବାକୁ ଥିବା ନୂତନ କାରଖାନା ସହିତ ପ୍ରଥମ ଉତ୍ପାଦନ ଲକ୍ଷ୍ୟ ସ୍ଥିର କରିଛି।

ଚତୁର୍ଥ କ୍ବାର୍ଟରରେ କମ୍ପାନୀ ୨୭୦ ନିୟୁତ ଡଲାରର ଲାଭ କରିଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୫୭ ପ୍ରତିଶତ ବୃଦ୍ଧି ହୋଇଛି। ଚଳିତ ବର୍ଷ ଯାନ ବିତରଣରେ ହାରାହାରି ୫୦ ପ୍ରତିଶତ ବୃଦ୍ଧି ହେବ ବୋଲି ଟେସଲା ଆଶା କରିଛି।  ୨୦୨୧ ରେ ଆଶା କରୁଥିବା ଠାରୁ କମ୍ପାନୀ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories