www.samajalive.in
Wednesday, December 10, 2025
18.1 C
Bhubaneswar

ଦେଶରେ ୧୭୦ଟି ଜିଲ୍ଲା କରୋନା ହଟ ସ୍ପଟ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ୧୭୦ଟି ଜିଲ୍ଲାକୁ ରେଡ ଜୋନ (ହଟ ସ୍ପଟ) ଭାବେ ଚିହ୍ନଟ କରାଯାଇଥିବା ବେଳେ ୧୨୩ଟି ଜିଲ୍ଲାରେ ଅଧିକ ସଂକ୍ରମଣ ଓ ୪୭ଟି ଜିଲ୍ଲାର ନିର୍ଦ୍ଦିଷ୍ଟ ସ୍ଥାନ ବା କ୍ଲଷ୍ଟର ସଂକ୍ରମଣ ରହିଛି। ଦେଶର ୨୦୭ଟି ନନ-ହଟ ସ୍ପଟ ସହିତ କ୍ଲଷ୍ଟର ଥିବା ବେଳେ ୩୫୩ଟି ଜିଲ୍ଲାକୁ ବିନା ସଂକ୍ରମଣ ହେତୁ ସବୁଜ କ୍ଷେତ୍ର ଭାବେ ବିବେଚନା କରାଯାଛି। ଆଗାମୀ ୧୪ ଦିନ ମଧ୍ୟରେ ରେଡ ଜୋନରେ ଯଦି କୌଣସି ସଂକ୍ରମଣ ନଘଟେ ତେବେ ତାହାକୁ ଅରେଞ୍ଜ ଜୋନରେ ରଖାଯିବ। ପରବର୍ତ୍ତୀ ୧୪ ଦିନ ସଂକ୍ରମଣ ରହିଲେ ତାହାକୁ ସବୁଜ ଜୋନର ମାନ୍ୟତା ଦିଆଯିବ।

ସେହିପରି ଦେଶରେ ବର୍ତ୍ତମାନ  ସୁଦ୍ଧା କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଶତକଡା ୩ ଭାଗ ଥିବା ବେଳେ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ଶତକଡା ୧୨ ଭାଗ ରହିଛି। ଦେଶରେ ଲକଡାଉନ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ସଂକ୍ରମଣ ଥିବା ବେଳେ ମୃତ୍ୟୁ ଓ ଆରୋଗ୍ୟ ଲାଭ ହାର ଅନ୍ୟାନ୍ୟ ଦେଶଗୁଡିକ ତୁଳନାରେ ଆମର ଭଲ ରହିଥିବା ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ପରିଚାଳନା ନେଇ ମନ୍ତ୍ରୀମଣ୍ଡଳ ସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି।

- Advertisement -

ଘରୋଇ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉତ୍ପାଦନ କରିବା ପାଇଁ ଚିହ୍ନଟ କରାଯାଇ କା ର୍ୟ୍ୟା ଦେଶ ଦିଆଯାଇଛି । ଏଥିସହିତ ଭେଣ୍ଟିଲେଟର ପାଇଁ ମଧ୍ୟ କାର୍ୟ୍ୟାଦେଶ ଦିଆଯାଇଛି । ଦେଶରେ ଯେଉଁ ଯେଉଁ ସରକାରୀ ଓ ଘରୋଇ ପରୀକ୍ଷାଗାରରେ କୋଭିଡ-୧୯ ପରୀକ୍ଷା ହେଉଛି ଓ ପ୍ରତ୍ୟେକ ଦିନ କେତେ ସଂଖ୍ୟକ ପରୀକ୍ଷା ହେଉଛି, ସେ ବିଷୟରେ ମଧ୍ୟ ସୂଚନା ଦିଆଯାଉଛି। ବିଜ୍ଞାନ ଓ ବୈଷୟିକ ବିଭାଗ, ବାୟୋ ପ୍ରଯୁକ୍ତି ବିଭାଗ, ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ନିଦାନ, ଔଷଧପତ୍ର, କୋଭିଡ-୧୯ ଟୀକା ପ୍ରସ୍ତୁତି ନେଇ ପ୍ରଗତି ଇତ୍ୟାଦି ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ପିପିଇ, ମାସ୍କ, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଉପକରଣ ଉତ୍ପାଦନରେ ଗୁଣାତ୍ମକ ମାନ ସହ କୌଣସି ସାଲିସ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗୁଣାତ୍ମକ ମାନ ବା ପ୍ରୋଟୋକଲରେ କୌଣସି ତ୍ରୁଟି ବିଚ୍ୟୁତି ଦେଖାଗଲେ ଉତ୍ପାଦନକାରୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରାଯିବା ପାଇଁ ସେ ବୈଠକରେ ପ୍ରସ୍ତାବ ରଖିଥିଲେ । କିଏ କେଉଁ ପ୍ରକାର ମାସ୍କ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର କରିବେ ସେ ସଂକ୍ରାନ୍ତରେ ସବିଶେଷ ମାର୍ଗଦର୍ଶିକା ଓ ନିୟମାବଳୀ ମନ୍ତ୍ରଣାଳୟର ୱେବସାଇଟରେ ଦିଆଯାଇଛି ବୋଲି ଡଃ ହର୍ଷ ବର୍ଦ୍ଧନ କହିଥିଲେ । ଏ ସଂକ୍ରାନ୍ତରେ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି । ତେବେ କୋଭିଡ-୧୯ ସଂକ୍ରମଣ ବିରୁଦ୍ଧରେ ସଂଗ୍ରାମ ପାଇଁ ସାମାଜିକ ଦୂରତ୍ଵ ଓ ଏକାନ୍ତବାସ ସବୁଠାରୁ ମହତ୍ଵପୂର୍ଣ୍ଣ ସାମାଜିକ ଟୀକା ହୋଇଥିବାରୁ ଲକଡାଉନ କାଳରେ ସମସ୍ତେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରକ୍ଷା ଓ ନିଶ୍ଵାସ ପ୍ରଶ୍ଵାସ ପ୍ରୋଟୋକଲ ଉପରେ ନଜର ଦେବା ପାଇଁ ନିବେଦନ କରିଥିଲେ ।
କୋଭିଡ-୧୯ ନେଇ କୌଣସି ଜିଜ୍ଞାସା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ହେଲ୍ପଲାଇନ ନମ୍ବର +୯୧-୧୧-୨୩୯୭୮ ୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)କୁ କଲ କରିବାକୁ ଅନୁରୋଧ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories