www.samajalive.in
Thursday, December 11, 2025
27.1 C
Bhubaneswar

ଲୁଚାଉଛି ପାକିସ୍ତାନ : ୪୯ ଦିନରେ କରାଚିରେ ପୋତା ହେଲାଣି ୩୨୬୫ ମୃତଦେହ

ଇସଲାମାବାଦ୍ : କରୋନା ଭୂତାଣୁ(ଭାଇରସ୍) ପ୍ରାୟ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଯେଉଁଥିରୁ ଭାରତର ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ବାଦ୍ ପଡ଼ିନାହିଁ। ପାକରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଖରେ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (ପିପିଏ) କିଟ୍, ମାସ୍କ ଏବଂ ଗ୍ଲୋଭସର ସୁବିଧା ନଥାଇ ମଧ୍ୟ ସରାକରୀ ସୂଚନା ଅନୁସାରେ ଦେଶରେ କୋଭିଡ୍ -୧୯ ରୋଗୀଙ୍କ ସଂଖ୍ୟା ବହୁତ କମ୍ ରହିଛି। ସରାକରୀ ସୂଚନା ଅନୁସାରେ ପାକିସ୍ତାନରେ ଏପର୍ଯ୍ୟନ୍ତ ୭୪୦୦ ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ପାକିସ୍ତାନର ଏହି ଆକଳନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଗତ ୪୯ ଦିନ ମଧ୍ୟରେ କରାଚି ସହରରେ ଥିବା କବରସ୍ଥାନରେ ୩୨୬୫ ମୃତଦେହ ପୋତି ଦିଆଯାଇଛି। ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ।

ଦି ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ଏହି ସଂଖ୍ୟା କରାଚି ପ୍ରଶାସନ ଦ୍ୱାରା ପ୍ରକାଶ ପାଇଛି। ଏହାପୂର୍ବରୁ ପାକିସ୍ତାନୀ ଗଣମାଧ୍ୟମରେ ଖବର ଆସିଥିଲା ​​ଯେ, କରାଚି ଡାକ୍ତରଖାନାରେ କରୋନା ଦ୍ୱାରା ବହୁ ସଂଖ୍ୟକ ଲୋକ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ପ୍ରଶାସନ ଏହାକୁ ସାଧାରଣ ଲୋକଙ୍କଠାରୁ ଲୁଚାଇବାକୁ ଚେଷ୍ଟା କରୁଛି।

- Advertisement -

ରିପୋର୍ଟ ଅନୁଯାୟୀ, ଯେତେବେଳେ ହଜାର ହଜାର ପୋତାଯାଇଥିବା ମୃତଦେହ ବିଷୟରେ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ଏନେଇ ସେ ​​କୌଣସି ଉତ୍ତର ଦେଇନଥିଲେ। ଏଥି ସହିତ ଇମ୍ରାନ ଖାନ ସରକାର ଏହି ମୃତ୍ୟୁ ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ମୃତଦେହକୁ କବର ଦିଆଯାଇଥିବା ନେଇ କରାଚି ମ୍ୟୁନିସିପାଲିଟି କର୍ପୋରେସନ୍ ତଥ୍ୟ ପ୍ରକାଶ କରିଛି। ଏଥିରୁ ଏହା ସ୍ପଷ୍ଟ ଭାବେ ବାରି ହେଉଛି ଯେ ଇମ୍ରାନ ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories