ଚଳିତ ବର୍ଷ ମାର୍ଚ୍ଚରେ ପଞ୍ଜିକୃତ ହୋଇଛି ୧୫ ହଜାର କମ୍ପାନୀ

ଡେସ୍କ: ଅଶୋଧିତ ତୈଳ ଏବଂ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଓ ବିଶ୍ୱରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ସତ୍ୱେ ଭାରତରେ ଏକକ ମାଲିକାନା କମ୍ପାନୀ ସମେତ ୧୫ ହଜାରରୁ ଅଧିକ କମ୍ପାନୀ ପଞ୍ଜିକରଣ ହୋଇଥିବା ସରକାର ସୂଚନା ଦେଇଛନ୍ତି। ଏହାର ପରିମାଣ ପ୍ରାୟ ୧୯ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ କେବଳ ୨୦୨୨ ମସିହା ମାର୍ଚ୍ଚ ମାସରେ ୧୫ ହଜାରରୁ ଅଧିକ କମ୍ପାନୀ ପଞ୍ଜିକୃତ ହୋଇଛନ୍ତି।

୨୦୨୨ ମାର୍ଚ୍ଚ ମାସ ମଧ୍ୟରେ କମ୍ପାନୀ ଅଧିନିୟମ, ୨୦୧୩ ଅନୁଯାୟୀ ୮୧୩ଟି ଏକକ ମାଲିକାନା କମ୍ପାନୀ ସମେତ ମୋଟ ୧୫ ହଜାର ୧୮ଟି କମ୍ପାନୀ ପଞ୍ଜୀକୃତ ହୋଇଛି। ଏହି କମ୍ପାନୀଗୁଡିକର ମୋଟ ପ୍ରାଧିକୃତ ପୁଞ୍ଜି ୧୯ ହଜାର ୩୩ କୋଟି ଟଙ୍କାରୁ ଅଧିକ ଥିଲା। ତଥ୍ୟ ଅନୁଯାୟୀ, ମାର୍ଚ୍ଚ ମାସରେ ମହାରାଷ୍ଟ୍ରର ସର୍ବାଧିକ ସଂଖ୍ୟକ ୨ ହଜାର ୯୩୯ଟି କମ୍ପାନୀ ପଞ୍ଜିକରଣ ହୋଇଥିବା ବେଳେ ଦିଲ୍ଲୀର ୧ ହଜାର ୫୧୩ ଏବଂ ଉତ୍ତରପ୍ରଦେଶରେ ୧ ହଜାର ୪୬୪ଟି କମ୍ପାନୀ ପଞ୍ଜିକରଣ ହୋଇଛି।

Comments are closed.