www.samajalive.in
Monday, December 8, 2025
13.1 C
Bhubaneswar

ସୁଲେଇପାଳରେ ବଜ୍ରପାତ, ୧୪ ଗୋରୁ ମୃତ

କଣିହାଁ:  ଅନଗୁଳ ଜିଲା କଣିହାଁ ବ୍ଲକ ଅନ୍ତର୍ଗତ ସୁଲେଇପାଳ ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ବଜ୍ରପାତ ହେବା ଫଳରେ ୧୩ଗୋରୁଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଗ୍ରାମର ଆମ୍ବତୋଟାରେ ଗ୍ରାମର ପ୍ରାୟ ୬ଶହ ଗୋରୁ ଆଶ୍ରୟ ନେଇଥିଲେ।  ଅପରାହ୍ନ  ସମୟରେ ବଜ୍ରପାତ ହେବାଯୋଗୁ ଏକ ଆମ୍ବଗଛ ମୂଳରେ ଆଶ୍ରୟ ନେଇଥିବା ୧୩ ଗୋରୁଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଗ୍ରାମର ସୁଧାକର ସକ୍ଷମଲ, ଜଗବନ୍ଧୁ ସକ୍ଷମଲ, ପଟାୟତ ସାମଲ, ପ୍ରମୋଦ ବିଶି, ଈଶ୍ୱର ବିଶି, ନିର୍ମଳ ସାମଲ, ପଞ୍ଚାନନ ସାମଲ, ବିପିନି ସାମଲ, ବିଜନ ରାଉଳ, ଶରତ ଗଡନାୟକଙ୍କ ଗୋରୁ ମୃତ୍ୟୁ ହୋଇଛି। ମୃତ ୧୩ ଗୋରୁ ମଧ୍ୟରେ ୭ଟି ଗାଈ, ୪ଟି ବଳଦ ଓ ୨ଟି ଛଡା ଥିବା ଜଣାଯାଇଛି। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି। ତେବେ ଗାଈ ଚରାଳୀ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାଯାଇଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories