www.samajalive.in
Saturday, December 6, 2025
16.1 C
Bhubaneswar

କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ଶ୍ରମିକ ସଂଗଠନଙ୍କ ଭାରତ ବନ୍ଦ ପାଳନ, ବୌଦ୍ଧ ଜିଲାରେ ସବୁକିଛି ଠପ୍

ବୌଦ୍ଧ : କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧି ନୀତିକୁ ବିରୋଧ କରି ସାରା ଦେଶରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରାରରେ ଗୁରୁବାର ଦିନ ବୌଦ୍ଧରେ ବିିଭନ୍ନ ଶ୍ରମିକ ସଂଗଠନ, ଭୈରବୀ ବସ କର୍ମଚାରୀ ସଂଘ ଓ କଂଗ୍ରେସ ଦଳ ସାମିଲ ହୋଇ ବନ୍ଦ ପାଳନ କରିଛନ୍ତି । ବନ୍ଦର ପ୍ରଭାବରେ ସମଗ୍ର ବୌଦ୍ଧଜିଲା ଠପ ହୋଇଯାଇଥିଲା । ବୌଦ୍ଧ ସହରର ରାସ୍ତାଘାଟ ଶୁନଶାନ ସାଙ୍ଗକୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ ହୋଇଯାଇଥିଲା। ସକାଳୁ ସକାଳୁ ଜିଲାର ପ୍ରମୁଖ ଶ୍ରମିକ ସଂଗଠନ ଏଆଇଟିୟୁସି, ଆଇଏନଟିୟୁସି , ହିନ୍ଦ ମଜଦୁର ସଂଘ , ମାଭୈରବୀ ବସ କର୍ମଚାରୀ ସଂଘ ଓ କଂଗ୍ରେସ ଦଳ ପକ୍ଷରୁ ବୌଦ୍ଧ ସହରର ଏନଏନସି ଛକ ଓ ମହାନଦୀ ବ୍ରିଜ ଛକ ଠାରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟରାଜପଥ ଉପରେ ବିିଭିନ୍ନ ପ୍ଳାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ ସହ ଜାତୀୟ ରାଜପଥ ଉପରେ ବସି ରହିଥିଲେ। ଫଳରେ ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ଠପ ହେବା ସହ ଶହ ଶହ ସଂଖ୍ୟାରେ ଗାଡି ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା। ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲିବା ପୁର୍ବରୁ ଉକ୍ତ ସଂଗଠନ ଗୁଡିକର କର୍ମୀମାନେ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ ଆଗରେ ପିକେଟିଂ କରିବା ସହ ଗେଟ ଆଗରେ ଧାରଣା ଦେଇ ବିଭିନ୍ନ ନାରା ଦେଇଥିଲେ। ଶ୍ରମିକ ସଂଗଠନ ଗୁଡିକ ଓ କଂଗ୍ରେସ କର୍ମୀ ମାନେ ଜିଲାର କୋର୍ଟ ସମ୍ମୁଖ ଗେଟରେ ଅଟକି ରହି ଆନ୍ଦୋଳନ ଡାକରା ଦେଇଥିବାରୁ ବିଚାରପତିମାନଙ୍କୁ କୋର୍ଟକୁ ନଯିବାକୁ ଅନୁରୋଧ କରିଥିଲେ। ତେବେ ଜିଲ୍ଳା ଦୌରାଜଜ୍ ଅରବିନ୍ଦ ଗୁରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଆଜି ଆମ ଦେଶର ସମ୍ବିଧାନ ଦିବସ ଥିବାରୁ ସମ୍ମାନ ଜଣାଇ ବନ୍ଦ ଡାକରା ଦେଇନଥିଲେ ଉଚିତ ହୋଇଥାନ୍ତା ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତ ବିଚାରପତି ମାନଙ୍କ ସହ ଫେରିଯାଇଥିଲେ। ଏହାପରେ ବିକ୍ଷୋଭକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟ ଭିତରକୁ ଛାଡିନଥିଲେ। ବନ୍ଦ ଯୋଗୁଁ ଜିଲାରେ ସମସ୍ତ ସରକାରୀ ଓ ବେସରକାରୀ ଯାତ୍ରୀସେବା, ଟ୍ୟାକ୍ସି ଓ ଅଟୋ ସେବା ସଂପୁର୍ଣ୍ଣ ବନ୍ଦ ରହିଥିବାବେଳେ ବ୍ୟାଙ୍କ,ଡାକଘର ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୈନିକ ବଜାର ଓ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଥିଲା। ଶ୍ରମିକ ସଂଗଠନ ଗୁଡିକର ଅଭିଯୋଗ ଯେ, କେନ୍ଦ୍ର ସରକାର ୪୪ ଗୋଟି ଶ୍ରମ ଆଇନକୁ ହଟାଇଦେଇ ମାଲିକ ଓ କର୍ପୋରେଟ ସପକ୍ଷରେ ୪ ଗୋଟି ଶ୍ରମ ଆଇନ ତିଆରି କଲେ। ଏହା ସହ ନୁତନ କୃଷି ଆଇନକୁ ପ୍ରଣୟନ କରି କୃଷି ବ୍ୟବସ୍ଥାକୁ କର୍ପୋରେଟ ହାତରେ ଟେକି ଦେଇଛନ୍ତି। ଫଳରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନକୁ ଉଠାଇ ଦେଇ ବଜାରକୁ ମହଜୁଦକାରୀ କର୍ପୋରେଟଙ୍କ ହାତରେ ଛାଡିଦେବା ବିରୋଧରେ ଆଜିର ଏହି ବନ୍ଦ ପାଳନ ବୋଲି ଏଆଇଟିୟୁସି ଜିଲା ସଭାପତି ଅବକାଶ ସାହୁ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ସମାନ କାମକୁ ସମାନ ଦରମା , ଆଉଟର୍ସୋସିଙ୍ଗ ବ୍ୟବସ୍ଥାକୁ ସଂପୁର୍ଣ୍ଣ ପ୍ରତ୍ୟାହର କରିବାକୁ ଶ୍ରମିକ ସଂଗଠନ ପକ୍ଷରୁ ଦାବୀ କରାଯାଇଛି। ବନ୍ଦ ପାଳନରେ ଆଇଏନଟିୟୁସିର ଜିଲା ସଭାପତି ସରୋଜ ପ୍ରଧାନ, ହିନ୍ଦ ମଜଦୁର ସଂଘର ସଭାପତି ଅର୍ଜୁନ ରଣା, ମାଭୈରବୀ ବସ କର୍ମଚାରୀ ସଂଘର ସଂପାଦକ ଦିଲିପ ସାହୁ, ବିଜୁଳି କର୍ମଚାରୀ ସଂଘର ଗୁପ୍ତେଶ୍ୱର ପ୍ରଧାନ, କଂଗ୍ରେସ କର୍ମୀ ପ୍ରଦୀପ ଦାସଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତ୍ତା ସାମିଲ ଥିଲେ। ବନ୍ଦକୁ ଆଖି ଆଗରେ ରଖି ଓ ଗଣ୍ଡଗୋଳ ଆଶଙ୍କା କରି ପୋଲିସ ପକ୍ଷରୁ ଜିଲା ସଦରମହକୁମାରେ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା। ଏହି ବନ୍ଦ ସଂପୁର୍ଣ୍ଣ ଭାବେ ସଫଳ ହେବା ସହ ଶାନ୍ତିପୁର୍ଣ୍ଣ ଭାବେ ପାଳନ କରାଯାଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories