www.samajalive.in
Wednesday, December 10, 2025
26.1 C
Bhubaneswar

ଖାଇକୁ ଖସିଲା ଟେମ୍ପୋ, ୧୧ ଛାତ୍ର ମୃତ

କାଶ୍ମୀର : ଦକ୍ଷିଣ କାଶ୍ମୀର ସୋପିଆନା ଜିଲାର ମୁଗଲ ରୋଡ଼ କଡ଼ ଏକ ଗଭୀର ଖାଇରେ ଗୁରୁବାର ପୂର୍ବାହ୍ଣରେ ଛାତ୍ରଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ଖସିପଡ଼ିଛି। ଏଥିରେ ୯ ଛାତ୍ରୀଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି ଓ ୭ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ସାମ୍ନାରୁ ଆସୁଥିବା ଏକ ସ୍କୁଟି ଆରୋହୀଙ୍କୁ ବଞ୍ଚାଇବା ପାଇଁ ଛାତ୍ରଙ୍କୁ ନେଇ ଯାଉଥିବା ଟେମ୍ପୋଟି ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା। ଅଘଟଣ ପରେ ସ୍ଥାନୀୟ ଲୋକ ଓ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖାଇରୁ ୧୧ଟି ମୃତଦେହ ଉଦ୍ଧାର କରାଯାଇଛି। ଆହତଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ମୃତକମାନେସୁର୍ନାକୋଟେସ୍ଥିତ ଏକ କମ୍ପ୍ୟୁଟର କେନ୍ଦ୍ରର ଛାତ୍ରଛାତ୍ରୀ ଥିଲେ ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories