www.samajalive.in
Saturday, December 13, 2025
15.1 C
Bhubaneswar

ଆଜି ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ

ନୂଆଦିଲ୍ଲୀ : ଏପ୍ରିଲ ପହିଲା ଆର୍ଥାତ୍‌ ଆଜିଠାରୁ ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମହାମିଶ୍ରଣ ଘଟିବାକୁ ଯାଉଛି। ଏହି ଅନୁଯାୟୀ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ହେବ। ଉକ୍ତ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ଘଟି ଦେଶରେ ୪ ବୃହତ୍‌ ବ୍ୟାଙ୍କର ଗଠନ ହେବ। ମିଶ୍ରଣ ଘଟିବାକୁ ଯାଉଥିବା ବ୍ୟାଙ୍କର ଗ୍ରାହକମାନେ ନୂଆ ବୃହତ୍‌ ବ୍ୟାଙ୍କର ଗ୍ରାହକ ଭାବେ ବିବେଚିତ ହେବେ। ଭାରତୀୟ ​ଷ୍ଟେଟ୍‌ ବ୍ୟାଙ୍କ ଏହାର ୫ ସହଯୋଗୀ ବ୍ୟାଙ୍କ ସହ ମହିଳା ବ୍ୟାଙ୍କକୁ ଅଧିଗ୍ରହଣ କରିବା ପରେ ୨୦୧୭ରେ ଦେଶରେ ସମୁଦାୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୨୭ ରହିଥିଲା। ତେବେ ୨୦୧୯ରେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ମିଶ୍ରଣ ଘଟିଲା। ସେତେବେଳେ ବିଓବି ହୋଇଥିଲା ଦେଶର ତୃତୀୟ ବୃହତ୍‌ ବ୍ୟାଙ୍କ।
ବୁଧବାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମିଶ୍ରଣ ଘଟିବ। ଏହା ଫଳରେ ପିଏନ୍‌ବି ହେବ ଦେଶର ଦ୍ବିତୀୟ ବୃହତ୍‌ ବ୍ୟାଙ୍କ। ଏସ୍‌ବିଆଇ ପୂର୍ବଭଳି ​ଦେଶର ବୃହତ୍‌ ବ୍ୟାଙ୍କର ମାନ୍ୟତା ରଖିବ।​‌ ସୋମବାର ପିଏନ୍‌ବି ପକ୍ଷରୁ ଏହାର ନୂଆ ଲୋଗୋ ଉନ୍ମୋଚନ କରାଯାଇଛି।
ସେହିଭଳି କାନରା ବ୍ୟାଙ୍କ ଏବଂ ସିଣ୍ଡିକେଟ୍‌ ବ୍ୟାଙ୍କର ମିଶ୍ରଣ ଘଟି ୪ର୍ଥ ବୃହତ୍‌ ବ୍ୟାଙ୍କ ଗଠିତ ହେବ। ଆନ୍ଧ୍ରବ୍ୟାଙ୍କ ଏବଂ କର୍ପୋରେଶନ୍‌ ବ୍ୟାଙ୍କର ୟୁନିଅନ ବ୍ୟାଙ୍କ ସହ ମିଶ୍ରଣ ଘଟିବ। ଅନ୍ୟପକ୍ଷରେ ଆହ୍ଲାବାଦ ବ୍ୟାଙ୍କ ସହ ମିଶ୍ରଣ ଘଟି ଇଣ୍ଡିଆନ୍‌ ବ୍ୟାଙ୍କ ହେବ ଦେଶର ୭ମ ବୃହତ୍‌ ବ୍ୟାଙ୍କ। ସୂଚନା ଯୋଗ୍ୟ, ୨୦୧୯ ଅଗଷ୍ଟରେ କେନ୍ଦ୍ର କ୍ୟାବିନେଟ୍‌ ଏହି ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ​‌େ​‌ଘାଷଣା କରିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories