www.samajalive.in
Thursday, December 11, 2025
23.1 C
Bhubaneswar

ବିଦ୍ୟୁତ୍‍ ଚୋରି ଅଭିଯୋଗରେ ଶତାୟୁ ମହିଳାଙ୍କୁ ଜେଲ୍‍

ଅହମଦାବାଦ : ବିଦ୍ୟୁତ୍‍ ଚୋରି ଅଭିଯୋଗରେ ଗୁଜରାଟର ଅହମାଦାଦ କୋର୍ଟ ଜଣେ ଶତାୟୁ ମହିଳାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ମହଳା ଜଣକ ଗିରଫ ହେବା ପରେ ଜାମିନ ପାଇଛନ୍ତି।
ସୂଚନା ଅନୁସାରେ ଅହମଦାବାଦର ଏକ ଥାନାରେ ୱସିମାବାଇ ନିଜାମୁଦ୍ଦିନ ଅନସାରୀଙ୍କ ବିରୋଧରେ ବିଦ୍ୟୁତ୍‍ ଚୋରି ନେଇ ମାମଲା ରୁଜୁ ହୋଇଥିଲା। ଅଦାଲତରେ ଶୁଣାଣି ବେଳେ ମହିଳା ଜଣଙ୍କ ହାଜର ହୋଇନଥିଲେ। ଶୁଣାଣି ବେଳେ ବାରମ୍ବାର ଅନୁପସ୍ଥିତ ରହିବାରୁ ଅଦାଲତ ମହିଳାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ। ପୁଲିସ୍‍ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ସେଠାରୁ କୋର୍ଟ ତାଙ୍କୁ ଜେଲ୍‍ ପଠାଇ ଦେଇଥିଲେ। ଜେଲ୍‍ରେ ୫ ଦିନ ରହିବା ପରେ ମହିଳାଙ୍କୁ ସର୍ତ୍ତମୂଳନ ଜାମିନ୍‍ ମିଳିଛି। ଜାମିିନ୍‍ ଆବେଦନରେ ଲେଖାଯାଇଛି ଯେ ମହିଳାଙ୍କ ବୟସ ୧୦୦ ବର୍ଷରୁ ଊର୍ଦ୍ଧ୍ବ। ସେ ସବୁବେଳେ ବିଛଣାରେ ପଡି ରହିନ୍ତି। ତେଣୁ ସେ କୋର୍ଟରେ ହାଜର ହୋଇପାରିନଥିଲେ। ହାଜର ନହେବା ମାମଲାରେ ଦର୍ଶାଯାଇଥିବା କାରଣ ଆଇନରେ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି। ତେବେ କୋର୍ଟ ମହିଳାଙ୍କୁ ଜାମିନ୍‍ ପ୍ରଦାନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories