www.samajalive.in
Saturday, December 6, 2025
26.1 C
Bhubaneswar

ସକାଳର ଜଳଖିଆ ପାଇଁ ୧୦ଟି ଜାଣିବା କଥା

ସକାଳର ଜଳଖିଆ ସ୍ୱାସ୍ଥ୍ୟ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ। ଏହି କାରଣରୁ ଡାକ୍ତର ଓ ବିଶେଷଜ୍ଞ ପରାମର୍ଶ ଅନୁଯାୟୀ ସକାଳ ଜଳଖିଆ ପ୍ରତି ଆଦୌ ଅବହେଳା କରନ୍ତୁ ନାହିଁ। ମାତ୍ର ସକାଳର ଜଳଖିଆ ପାଇଁ କିଛି ନିୟମ ରହିଛି। ଜାଣନ୍ତୁ…..
ଯଦି ଆପଣଙ୍କର ସବୁଜ ପନିପରିବାକୁ ଅଧିକ ସମୟ ପ୍ରସ୍ତୁତ କରି ଖାଇବାର ଅଭ୍ୟାସ ରହିଛି, ତେବେ ଏହା ବଦଳରେ ସୁପ ପ୍ରସ୍ତୁତ କରି ଖାଇ ପିଅନ୍ତୁ। ଏହା ଜଳଖିଆ ପାଇଁ ଅଧିକ ଲାଭଦାୟକ ହେବ।
ଜୁସ ପିଇବା ବଦଳରେ ଆପଣ ଫଳକୁ କାଟି ଖାଇ ପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ।
ଜଳଖିଆରେ ଇଟିଲି, ଢୋକଲା ଖାଆନ୍ତୁ। ଏହା ମଧ୍ୟ ବେଶ ହିତକର।
ଜଳଖିଆରେ କେକ, ମଇଦା ପାଉଁରୁଟି ବଦଳରେ ଅଟାରେ ପ୍ରସ୍ତୁତ ପାଉଁରୁଟି କିମ୍ବା ରୁଟି ପ୍ରସ୍ତୁତ କରି ଖାଇ ପାରିବେ।
ଜଳଖିଆରେ ଓଟ୍ସକୁ ଖିରରେ ପକାଇ ଖାଇପାରିବେ। ମାତ୍ର ଘିଅରେ ପ୍ରସ୍ତୁତ ହାଲୱା ଖାଆନ୍ତୁ ନାହିଁ।
ଘିଅରେ ପରଟା କିମ୍ବା ରୁଟିରେ ଘିଅ ଲଗାଇ ଖାଆନ୍ତୁ ନାହିଁ।
ଜଳଖିଆରେ ଉପମା, ଚୂଡ଼ା ଉପମା ଆଦି ଖାଇବା ସହ ରୁଟି, ଦହି ମଧ୍ୟ ଖାଇପାରିବେ।
ସକାଳ ସମୟରେ ଖିର ଓ କଦଳୀକୁ ମିଶ୍ରଣ କରି ବନାନା ସେକ ପ୍ରସ୍ତୁତ କରି ପିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଦିନ ଯାକ ଥକ୍କାପଣ ଅନୁଭବ ହେବ ନାହିଁ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିପାରିବ।
ସକାଳର ଜଳଖିଆରେ ଅଧିକ ରାଗ ଓ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ମାତ୍ର ସିଝା ଅଣ୍ଡା ଖାଇପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।
ଜଳଖିଆର ଖାଦ୍ୟ ଖାଇବା ସହ ସେଥିରେ ଦହି ମଧ୍ୟ ସାମିଲ କରିପାରିବେ। ମାତ୍ର ଏଥିରେ ଅଧିକ ପରିମାଣରେ ଲୁଣ କିମ୍ବା ଚିନିର ବ୍ୟବହାର କରନ୍ତୁ ନାହିଁ।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories