www.samajalive.in
Monday, December 8, 2025
27.1 C
Bhubaneswar

ସୀମା ଟପିଲା ବର୍ବରତା ; ଆଖି ତାଡି, ଚେଙ୍କ ଦେଇ ଶିଶୁକୁ ନିର୍ମମ ଭାବେ ହତ୍ୟା

କାନପୁର : ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ସରସୁଲରେ ନଅ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା ଘଟଣା ଆଜି ସାମ୍ନାକୁ ଆସିଛି। ଏଭଳି ଘଟଣା ନରୱାଲର ବେହଟା ସାକତ ଗ୍ରାମରେ ଘଟିଛି। ମଙ୍ଗଳବାର ସକାଳେ ଶିଶୁଟିର ମୃତଦେହ ଗାଁ ବାହାରେ ଥିବା ଏକ କ୍ଷେତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।
ଶିଶୁଟିର ଗଳା ଚିପି ହତ୍ୟା କରିବା ସହ ଗୋଟିଏ ଆଖି ବାହାର କରି ଅନ୍ୟ ଆଖିରେ କଣ୍ଟା ମରାଯାଇଛି। ଏହାସହ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ମଧ୍ୟ ରହିଛି। ଶିଶୁଟିକୁ ଖୁବ ଜୋରରେ ମାଡ ମଧ୍ୟ ମରାଯାଇଛି।
ଘଟଣାର ତଦନ୍ତ ପାଇଁ ପୁଲିସ ତିନୋଟି ଟିମ୍ ଗଠନ କରିଛି। ଉକ୍ତ ନାବାଳକଙ୍କ ପରିବାର ବେହଟା ସାକତ ଗାଁର ବାସିନ୍ଦା।
ସୂଚନା ଯୋଗ୍ୟ,ସୋମବାର ଦିନ ପ୍ରାୟ ୧୧ ଟା ସମୟରେ ଘର ବାହାରେ ନାବାଳକ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ। ସନ୍ଧ୍ୟାରେ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ ଏବଂ ସେମାନେ ନିଜେ ଖୋଜିବା ଆରମ୍ଭ କରିଥିଲେ। ମଙ୍ଗଳବାର ସକାଳେ ଗ୍ରାମବାସୀ ନାବାଳକଙ୍କ ମୃତଦେହ ପଡ଼ିଆରେ ପଡ଼ିଥିବାର ଦେଖିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହକୁ ଅନେକ ବାଟ ପର୍ଯ୍ୟନ୍ତ ଟଣାଓଟରା କରାଯାଇଛି। ଗୁଣି ଗାରେଡି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସନ୍ଦେହ କରାଯାଇଛି।
ପୁଲିସ ଘଟଣା ସ୍ଥଳରୁ ଦେଶୀ ମଦ ବୋତଲ , ଦୁଇଟି ଗ୍ଲାସ, ଅଧା ପୋଡି ଯାଇଥିବା ସିଗାରେଟ, ଦିଆସିଲି ଜବତ କରିଛି। ଏହି କାରଣରୁ ଦୁଇ ହତ୍ୟାକାରୀ ଏହି ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ଫୋରେନସିକ୍ ଟିମ୍ ମୃତଦେହରୁ କିଛି ଦୂରରେ ଏକ ରକ୍ତ ଲାଗିଥିବା ବାଡି ଓ ଶିଶୁର ପୋଷାକ ଜବତ କରିଛି। ମାମଲା ରୁଜୁ ସହ ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories