www.samajalive.in
Monday, December 8, 2025
27.1 C
Bhubaneswar

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ମହାମାରୀ କରୋନା ବର୍ତ୍ତମାନ ସାରା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିଛି। ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କରୋନା ସହ ଲଢୁଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶ ଓ ରାଜ୍ୟର ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋକ ପ୍ରତିନିଧିମାନଙ୍କର ବହୁତ ବଡ ଭୂମିକା ରହିଛି। ଏହି ପରିପ୍ରେକ୍ଷୀରେ ଓଡିଶାର ସମସ୍ତ ବିଧାୟକମାନଙ୍କର ବିଧାୟକ ହାତପାଣ୍ଠି ଏମଏଲଏ ଲାଡ ଫଣ୍ଡକୁ ୨ ବର୍ଷ ପାଇଁ ବନ୍ଦ କରିବା ସହ ସବୁ ବିଧାୟକ ଏବଂ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୂନ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ କରିବା ପାଇଁ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଏହା ସହ ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଗୁଡିକରେ ସଭାପତି ଅବା ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତି ବିଶେଷ ମାନେ ମଧ୍ୟ ୩୦ ପ୍ରତିଶତ କମ୍ ଦରମା ନେବା ପାଇଁ ସେ ଅନୁରୋଧ କରିଛନ୍ତି।

- Advertisement -

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ସମସ୍ତ ସାଂସଦମାନଙ୍କ ପାଇଁ ଏକ ବର୍ଷ ପର୍ଯ୍ୟନ୍ତ ୩୦ପ୍ରତିଶତ କମ ଦରମା ନେବା ବ୍ୟବସ୍ଥା ଲାଗୁ କରିଛନ୍ତି। କେନ୍ଦ୍ରରେ ମୋଦୀ ସରକାର ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି ଓଡିଶାରେ ମଧ୍ୟ ଅନୁରୂପ ଭାବେ ଏହାକୁ ଲାଗୁ କରାଯାଉ।

ଏମଏଲଏ ଲାଡ ଫଣ୍ଡରୁ ଏବଂ ମନ୍ତ୍ରୀ, ବିଧାୟକଙ୍କ ଦରମା କଟିବାରୁ ଯେଉଁ ଅର୍ଥ ଆସିବ ଏଥିରେ ବିଶେଷ ପାଣ୍ଠି ଗଠନ କରି ଏହାକୁ କରୋନା ମୁକାବିଲା ପାଇଁ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘ ମିଆଦି ଯୋଜନା କରି ଖର୍ଚ୍ଚ କରିବା ପାଇଁ ରାଜ୍ୟସରକାରଙ୍କୁ ପ୍ରଦୀପ୍ତ ନାଏକ ପ୍ରସ୍ତାବ ଦେଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories