www.samajalive.in
Saturday, December 6, 2025
26.1 C
Bhubaneswar

ଗୋମାଂସ ଜବତ, ଜଣେ ଗିରଫ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ କାଦୋବାହାଲରେ ଆଜି ସୁରେଶ ରାଉତିଆ(୩୦) ନାମକ ଜଣେ ବ୍ୟକ୍ତି ଗୋମାଂସ ବିକ୍ରୀ କରୁଥିବା ନେଇ ପୋଲିସ ତାଙ୍କୁ ଗିରଫ କରିଛି।

ବିଶ୍ୱାସ ସୂତ୍ରରୁ ଜଣା ପଡ଼ିଛି ଯେ, ସୁରେଶ ରାଉତିଆ ନାମକ ଜଣେ ବ୍ୟକ୍ତି ଗୋଟିଏ ବାଛୁରୀକୁ ମାରି ତାର ମାଂସ ବିକ୍ରୀ କରିବାକୁ ଉଦ୍ୟମ କରୁଥିବା ବେଳେ ବଜରଙ୍ଗ ଦଳ ଓ ଅତାବିରା ପୋଲିସ ପହଞ୍ଚି ମାଂସ ଜବତ କରି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଭାରତ ଭଳି ଦେଶରେ ସନାତନ ଧର୍ମକୁ ମାନ୍ୟତା ଦେଇ ତାରି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆମ ସଂସ୍କୃତିକୁ ମାନିବା। ଯେଉଁ ଦେଶରେ ଗାଈକୁ ଗୋମାତା ବୋଲି ପୂଜା କରାଯାଏ ସେଇ ଦେଶର ସଂସ୍କୃତି ଗୋହତ୍ୟାକୁ ବିରାଟ ଅପରାଧ ବୋଲି କୁହାଯାଇଛି। କିନ୍ତୁ ସେଇ ନୀତିକୁ ଉଲ୍ଲଘଂନ କରି ଆଜି ଗୋମାଂସ ବିକ୍ରି କରିବା ଭଳି ଅପରାଧ କରିବା କଥା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେଉଛି ପୋଲିସ ଏ ନେଇ କେସ ନମ୍ୱର୍୧୫୯ ରେ ଏକ କେସ ରୁଜୁ କରିଛି ।

- Advertisement -

ପ୍ରକାଶ ଥାଉକି ଆଗରୁ ମଧ୍ୟ ତାଳପଦର୍ ଟିକ୍ରାରେ ଗୋମାଂସ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ଆସିଥିଲା। ତେବେ ଆଜି କାଦୋବାହାଲ ରେ ଏହା ଧରାପଡ଼ି ଲୋକ ଲୋଚନକୁ ଆସିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories