www.samajalive.in
Saturday, December 6, 2025
16.1 C
Bhubaneswar

ବଡ ଖବର : ସରକାରଙ୍କ ଘୋଷଣା, ଶସ୍ତା ହେବ ଏହି ସବୁ ରୋଗର ଔଷଧ

ନୂଆଦିଲ୍ଲୀ : ବିରଳ ରୋଗ ପାଇଁ ଔଷଧ କ୍ରୟ କରୁଥିବା ସର୍ବସାଧାରଣଙ୍କ ପାଇଁ ଏକ ଖୁସି ଖବର। ଏଣିକି ଜରୁରୀ ଔଷଧରୁ ଆମଦାନୀ ଶୁଳ୍କ ଛାଡ ହେବ। ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବିରଳ,ଗୁରୁତର ରୋଗର ଔଷଧ ଉପରୁ ସମ୍ପୂର୍ଣ୍ଣ ଛାଡ ହେଲା ଆମଦାନୀ ଶୁଳ୍କ। ସମସ୍ତ ବିରଳ ରୋଗ ପାଇଁ ବିଦେଶରୁ ଆସୁଥିବା ଔଷଧ ପାଇଁ ଶୁଳ୍କ ଛାଡ ହେବା ନେଇ ନିଷ୍ପତ୍ତି ହୋଇଛି। ଔଷଧରୁ ଆମଦାନୀ ଶୁଳ୍କ ଛାଡ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛି।


ବ୍ୟକ୍ତିଗତ ଆମଦାନୀକାରୀମାନେ ମଧ୍ୟ ଏହି ରିହାତି ପାଇପାରିବେ, ଯେଉଁଥିପାଇଁ ସେମାନଙ୍କୁ କେନ୍ଦ୍ରୀୟ କିମ୍ବା ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ କିମ୍ବା ଜିଲ୍ଲା ମେଡିକାଲ୍ ଅଫିସର / ସିଭିଲ୍ ସର୍ଜନଙ୍କଠାରୁ ଏକ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ। ଏହି ନିଷ୍ପତ୍ତି ସେହି ଲୋକମାନଙ୍କୁ ବହୁତ ଆରାମ ପ୍ରଦାନ କରିବ, ଯେଉଁମାନେ ଦାମୀ ଔଷଧ ଏବଂ ଚିକିତ୍ସା ଉପକରଣ ଯୋଗୁଁ ବିରଳ ରୋଗର ଚିକିତ୍ସା କରିବାକୁ ଅସମର୍ଥ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories