www.samajalive.in
Saturday, December 6, 2025
26.1 C
Bhubaneswar

ଦୀର୍ଘ ୬ ମାସ ପରେ ପୁଣି କରୋନାର ଦୈନିକ ସଂକ୍ରମଣ ବୃଦ୍ଧି

ନୂଆଦିଲ୍ଲୀ : ପୁଣି ଥରେ ଡରାଇଲାଣି କରୋନାର ବୃଦ୍ଧି ପାଉଥିବା ମାମଲା। ଗତ ୬ ମାସ ପରେ ପୁଣି ଥରେ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି। ୨୪ ଘଣ୍ଟାରେ ୩,୦୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବରରେ ୩,୩୭୫ ସଂକ୍ରମିତ ଚିହ୍ନଟ ହୋଇଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନାନୁଯାୟୀ, ବୁଧବାର ଦେଶରେ ୧୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ କେରଳରୁ ୮, ମହାରାଷ୍ଟ୍ରରୁ ୩, ଦିଲ୍ଲୀରୁ ୨, ହିମାଚଳ ପ୍ରଦେଶରୁ ଜଣଙ୍କର ମୃତ୍ୟୁ ହୋଇଛି। ଦୈନିକ ସଂକ୍ରମଣ ହାର ୨.୭୩ % ହୋଇଥିବା ବେଳେ ସପ୍ତାହିକ ସଂକ୍ରମଣ ହାର ୧.୭୧ ପ୍ରତିଶତ ହୋଇଛି। ଦେଶରେ ଏଯାଏଁ ୪ କୋଟି ୪୭ ଲକ୍ଷ ୧୨ ହଜାର ୬୯୨ ଲୋକେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୦.୦୩ ପ୍ରତିଶତ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। ଏହାସହ ୯୮.୭୮ ପ୍ରତିଶତ ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧.୧୯ ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରବ୍ୟାପୀ କୋଭିଡ -୧୯ ଟିକାକରଣ ଅଭିଯାନ ଅନୁଯାୟୀ, ଦେଶରେ ଏଯାଏଁ କୋଭିଡ ଟିକାର ୨୨୦.୬୫ କୋଟି ପାନ ପ୍ରଦାନ କରାଯାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories