www.samajalive.in
Thursday, December 11, 2025
13.1 C
Bhubaneswar

୫୦ ହଜାର ଛାତ୍ରଛାତ୍ରୀ ଗାଇଲେ ‘ବନ୍ଦେ ମାତରଂ’

ଭୁବନେଶ୍ବର: ହାତରେ ଜାତୀୟ ପତାକା ତ୍ରିରଙ୍ଗା ଧରି ଏକ ସ୍ବରରେ ଗାନ କରୁଥିଲେ ଦେଶାତ୍ମବୋଧ ସଙ୍ଗୀତ। ଅବସର ଥିଲା ଇନିସିଏଟିଭ୍ ଫର ମୋରାଲ୍‌ ଆଣ୍ଡ କଲ୍‌ଚରାଲ୍‌ ଟ୍ରେନିଂ ଫାଉଣ୍ଡେସନ୍‌(ଆଇଏମ୍‌ସିଟି)ର ତୃତୀୟ ‘ଭଏସ୍‌ ଅଫ୍ ୟୁନିଟି’ ତଥା ‘ଏକତାର ସ୍ବର’ କାର୍ଯ୍ୟକ୍ରମ। ଓଡ଼ିଶା କୃ​‌ଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଷ୍ଟାଡ଼ିୟମ୍‌ରେ ଜାତୀୟତାବୋଧ ଓ ଦେଶଭକ୍ତି ଭାବନା ଜାଗ୍ରତ କରିବା ଆଭିମୁଖ୍ୟ ନେଇ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମ ’ଏକତାର ସ୍ବର’ରେ ଏକ ସଙ୍ଗରେ ପ୍ରାୟ ୫୦ହଜାର ଛାତ୍ରଛାତ୍ରୀଙ୍କ ଦ୍ବାରା ‘ସାମୂହିକ ବନ୍ଦେ ମାତରଂ ଗାନ’ କରିଥିଲେ। ଛାତ୍ରଛାତ୍ରୀଙ୍କ ମୁହଁରେ ବନ୍ଦେ ମାତରଂ ଉଚ୍ଚାରିତ ଦେଶାତ୍ମବୋଧ ସଙ୍ଗୀତ ପରିବେଶକୁ ଝଙ୍କୁରିତ କରିଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମର ଶପଥପାଠ କରାଯାଇଥିଲା। ସୁନାମଧନ୍ୟ କଣ୍ଠଶିଳ୍ପୀ ରାଜକିଶୋର ଗୋଚ୍ଛାୟତ ଏବଂ ତାଙ୍କ ସାଥୀ କଳାକାରଙ୍କ ଦ୍ବାରା ଦେଶାତ୍ମବୋଧ ଗୀତ ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପରମବୀର ଚକ୍ର ଯୋଗେନ୍ଦ୍ର ସିଂହ ଯାଦବ କାରଗିଲ୍‌ ଯୁଦ୍ଧ ସମୟର ଅନୁଭୂତିକୁ ବର୍ଣ୍ଣନା କରିଥିଲେ। ଟାଇଗର ହିଲ୍‌ସ ଦଖଲ କରିବା ପାଇଁ ସେ ସମୟରେ ଭାରତୀୟ ସେନାର ଅପୂର୍ବ ବୀରତ୍ବକୁ ସ୍ମରଣ କରି ଦେଶଭକ୍ତିକୁ ନିଜର ବ୍ରତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ଖରା, ବର୍ଷା, ଶୀତ ନ ଡରି ଦେଶମାତୃକା ସେବା ପାଇଁ ଉତ୍ସର୍ଗୀକୃତ ମନୋଭାବ ରହିବା ଜରୁରୀ। ଏଥିପାଇଁ ଏକତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଆଇଏମ୍‌ଟି ଓଡ଼ିଶା କାର୍ଯ୍ୟକାରୀ ଅଧ୍ୟକ୍ଷ ଡ.ମୁରଲୀ ମନୋହର ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ସମୂହ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିବା ସହିତ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ସର୍ବୋପରି ଭାରତମାତାର ସମ୍ମାନ ରକ୍ଷା କରିବା ଲାଗି ଦେଶପ୍ରେମକୁ ମଜଭୁତ କରିବାକୁ ପଡ଼ିବ ବୋଲି କହିଥିଲେ। ଦେଶପ୍ରେମର ପାବନ ଧାରାକୁ ତ୍ବରାନ୍ବିତ କରିବା ପାଇଁ ଏଇ ସମୂହ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଏକ କ୍ଷୁଦ୍ର ଉଦ୍ୟମ ବୋଲି ଶ୍ରୀ ଶର୍ମା କହିଥିଲେ। ଫାଉଣ୍ଡେସନ୍‌ର ଓଡ଼ିଶା ଅଧ୍ୟକ୍ଷ ଡ.ବିମଳେନ୍ଦୁ ମହାନ୍ତି କହିଥିଲେ ଯେ ଦେଶରେ ଦେଶପ୍ରେମ, ମହାନ ଭାରତୀୟ ପରମ୍ପରା ଓ ସଂସ୍କୃତି ପ୍ରତି ଏକ ବଡ଼ ଆହ୍ବାନ ସୃଷ୍ଟି ହୋଇଛି। ତେଣୁ ଭାରତୀୟ ମହାନ ସଂସ୍କୃତି ଓ ପରମ୍ପରାର ପୁନରୁଦ୍ଧାର ଓ ପୁନଃପ୍ରଚଳନ ଏବେ ଅତ୍ୟାବଶ୍ୟକ ହୋଇ ପଡ଼ିଛି। କେନ୍ଦ୍ରୀୟ କାର୍ଯ୍ୟ କର୍ତ୍ତା ସୋମକାନ୍ତ ଜୀ ଦେଶଭକ୍ତି ସହ ଦେଶର ମହାନ ସଂସ୍କୃତି ଓ ପରମ୍ପରାକୁ ପୁନଃଜାଗ୍ରତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ବର ମିଶ୍ର, କିଶୋର ଦ୍ବିବେଦୀ, ଅନୀଲ୍‌ ଧୀର, ଦେବପ୍ରସାଦ ମିଶ୍ର, ଚକ୍ରଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ନାରାୟଣ ଚୌଧୁରୀ, ସୋମରାଜ ବହିଦାର ଓ ଅମରେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories