www.samajalive.in
Friday, December 5, 2025
26.1 C
Bhubaneswar

ସିମଳାରେ ଛୁଟି କଟାଉଛନ୍ତି ରାହୁଲ

ସିମଳା : ବିଧାନସଭା ନିର୍ବାଚନରେ ଅବିଶ୍ରାନ୍ତ ପରିଶ୍ରମ କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମ୍ପ୍ରତି ସିମଳାରେ ଛୁଟି କଟାଉଛନ୍ତି। ସାଙ୍ଗରେ ଭଉଣୀ ପ୍ରିୟଙ୍କା ଓ ଭଣଜା ଭାଣିଜୀ ଅଛନ୍ତି। ମଙ୍ଗଳବାର ଭଉଣୀ ଓ ପିଲାମାନଙ୍କ ସହ ସଡ଼କ ପଥରେ ଆସି ରାହୁଲ ଏଠାରେ ପହଞ୍ଚିଛନ୍ତି। ଛାରାବ୍ରାଠାରେ ପ୍ରିୟଙ୍କାଙ୍କ ନିର୍ମାଣାଧୀନ ଘର ବୁଲି ଦେଖିବା ପରେ ସେମାନେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ସେମାନେ ଛାରାବ୍ରାସ୍ଥିତ ଏକ ହୋଟେଲରେ ଅବସ୍ଥାନ କରୁଛନ୍ତି। ବୁଧବାର ରାସ୍ତାରେ ଯିବାବେଳେ ରାହୁଲଙ୍କ ଗାଡ଼ି ହଠାତ୍‌ ସୋଲାନ୍‌ସ୍ଥିତ ଏକ ଢାବା ନିକଟରେ ଅଟକି ଯାଇଥିଲା। ସେଠାରେ ସେମାନେ କିଛି ସ୍ନାକ୍ସ ଓ ନୁଡୁଲ୍ସ ଖାଇବା ସହ ଚା’ ପିଇଥିଲେ। ସ୍ଥାନୀୟ କଂଗ୍ରେସ ନେତାମାନେ ରାହୁଲଙ୍କ ଗସ୍ତ ସମ୍ପର୍କରେ ଖବର ପାଇବା ପରେ ଢାବା ନିକଟରେ ପହଞ୍ଚିଥିଲେ। କିଛି ମହିଳା ମଧ୍ୟ ସେଠାରେ ପହଞ୍ଚି ରାହୁଲଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା​‌ ପ୍ରକାଶ। ଏହି ଅବସରରେ ରାହୁଲ ପାରିବାରିକ କାର୍ଯ୍ୟକ୍ରମରେ ଏଠାକୁ ଆସିଥିବା କହିଥିଲେ। ହିମାଚଳ ପ୍ରଦେଶରେ ଦଳର ସ୍ଥିତି ଓ ରାଜନୈତିକ ପରିସ୍ଥିତି ସମ୍ପର୍କରେ ସେମାନଙ୍କଠାରୁ ବୁଝିଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories