www.samajalive.in
Thursday, December 11, 2025
14.1 C
Bhubaneswar

ସର୍ବନିମ୍ନ ରେକର୍ଡ ସ୍ତରରେ ଟଙ୍କା

ମୁମ୍ବଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା (ଟଙ୍କା) ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି। ବୁଧବାର ଆନ୍ତଃବିନିମୟ ବଜାରରେ କାରବାର ଆରମ୍ଭ ହେବା ମାତ୍ରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆହୁରି ଦୁର୍ବଳ ହୋଇ ୭୩.୭୪ରେ ପହଞ୍ଚିଥିଲା। ମଙ୍ଗଳବାର ଗାନ୍ଧି ଜୟନ୍ତୀ ପାଇଁ କାରବାର ବନ୍ଦ ରହିଥିଲା। ଏହାପୂର୍ବ ଦିନ ଅର୍ଥାତ୍‍ ସୋମବାର କାରବାର ବନ୍ଦ ହେବା ବେଳକୁ ଟଙ୍କା ମୂଲ୍ୟ ଡଲାର ତୁଳନାରେ ୭୨.୯୩କୁ ଖସି ଆସିଥିଲା।
ଆନ୍ତର୍ଜାତିକ ସ୍ତରରେ ଡଲାର ଚାହିଦା ଓ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବାରେ ଲାଗିଛି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।
ଟଙ୍କା ମୂଲ୍ୟରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରୀ ବଣ୍ଡ କ୍ରୟ ଜରିଆରେ ଚଳିତ ମାସରେ ୩୬ ହଜାର କୋଟି ଟଙ୍କା ବଜାରକୁ ଛାଡ଼ିବ ବୋଲି ଜଣାପଡ଼ିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories