www.samajalive.in
Monday, December 8, 2025
27.1 C
Bhubaneswar

ବ୍ୟାଙ୍କ ଠକେଇ, ଚାରି ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପିପିଲି ଗ୍ରାମ୍ୟ ବ୍ୟାଙ୍କର ୨.୦୨ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣେ ପୂର୍ବତନ ବ୍ୟାଙ୍କ ପରିଚାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରସୁଲଗଡ଼ସ୍ଥିତ ଗ୍ରାମ୍ୟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ପ୍ରସନ୍ନ କୁମାର ଜେନା। ଗଙ୍ଗୋତ୍ରିନଗର ଦମ୍ପତି ବିକ୍ରମକେଶରୀ ପ୍ରଧାନ, ରାଜଲକ୍ଷ୍ମୀ ପ୍ରଧାନ ଓ ମଦନ ମୋହନ ପ୍ରଧାନ। ପିପିଲି ଗ୍ରାମ୍ୟବ୍ୟାଙ୍କର ପରିଚାଳକ ଦେବଦତ ନନ୍ଦଙ୍କ ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ ଏକ ମାମଲ ରୁଜୁକରି ଏମାନଙ୍କୁ ଗିରଫ କରି ଶନିବାର ସ୍ଥାନୀୟ ଏସ୍‍ଡିଜେଏମ୍‍ଙ୍କ କୋର୍ଟରେ ହାଜର କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ଇଓଡବ୍ଲ୍ୟୁ ସୂଚନା ଅନୁସାରେ ବିକ୍ରମ ପିପିଲି ଗ୍ରାମ୍ୟ ବ୍ୟାଙ୍କରୁ ୨ଟି ହାଇୱା କିଣିବା ଲାଗି ୪୧.୩୬ ଲକ୍ଷ ଟଙ୍କା ଏବଂ ୩୬ ଲକ୍ଷ ଟଙ୍କା ଋଣ ନେଇଥିଲେ। ତାଙ୍କ ପତ୍ନୀ ଗୋଟିଏ ସ୍କର୍ପିଓ କିଣିବା ଲାଗି ୯ ଲକ୍ଷ ଟଙ୍କା ଋଣ ନେଇଥିଲେ। ସେହିପରି ତାଙ୍କ ଶାଳକ ମଦନ ଦୁଇଟି ହାଇୱା ପାଇଁ ୪୦ ଲକ୍ଷ ଋଣ ନେଇଥିଲେ। ତେବେ ବ୍ୟାଙ୍କରେ ସେମାନେ ଗାଡ଼ିର ଯେଉଁ କାଗଜପତ୍ର ଦାଖଲ କରିଥିଲେ ସେସବୁ ନକଲି ଥିଲା। ଫଳରେ ବ୍ୟାଙ୍କ ଋଣ ପରିଶୋଧ କରିନଥିଲେ। ତତ୍କାଳୀନ ବ୍ୟାଙ୍କ ପରିଚାଳକ ପ୍ରସନ୍ନଙ୍କ ଜାଣତରେ ଏହି ଋଣ ପ୍ରଦାନ କରାଯାଇଥିଲା। ତେବେ ଏ ଘଟଣା ଜଣାପଡିବାରୁ ପରିଚାଳକ ଶ୍ରୀ ନନ୍ଦ ଅଭିଯୋଗ କରିଥିଲେ। ସେମାନେ ବ୍ୟାଙ୍କରୁ ୧,୨୬,୭୦,୦୦୦ ଟଙ୍କା ଋଣ ନେଇଥିଲେ। ବର୍ତ୍ତମାନ ସୁଦ୍ଧା ସୁଧମୂଳ ମିଶି ୨.୦୨ କୋଟିରେ ପହଞ୍ଚିଲାଣି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories