www.samajalive.in
Sunday, December 7, 2025
26.1 C
Bhubaneswar

ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ନେଇଗଲେ: ନ୍ୟାୟ ପାଇଁ ୧୦ ବର୍ଷ ହେଲା ବୁଲୁଛନ୍ତି

ଭୁବନେଶ୍ବର: ଝାଡ଼ଖଣ୍ଡର ଏକ କୋଇଲା ଖଣିରେ ସ୍ଥାୟୀ ଶ୍ରମିକ ଭାବେ ଚାକିରି କରିଥିଲେ। ବୟସ ଅଧିକ ହୋଇଯିବାରୁ ଆଉ କାମ କରି ପାରିଲେ ନାହିଁ। ସ୍ବେଚ୍ଛାକୃତ ଭାବେ ଅବସର ନେଇ ଗ୍ରାମକୁ ଫେରି ଆସିଲେ। କମ୍ପାନୀ ପକ୍ଷରୁ ତାଙ୍କୁ ଗ୍ରାଚୁଇଟି ବାବଦରେ ମିଳିଥିଲା ୧୪ ଲକ୍ଷ ଟଙ୍କା। ବ୍ୟାଙ୍କ୍‌ ଖାତାରେ ସବୁ ଟଙ୍କା ଜମା ହୋଇଥିଲା। ଅଧିକ ସୁଧ ମିଳିବ, ବ୍ୟାଙ୍କ୍‌ର କର୍ମଚାରୀମାନେ ତାଙ୍କୁ ସେଥିରୁ କିଛି ସ୍ଥାୟୀ ଜମା ଆକାରରେ ରଖିଦେବାକୁ କହିଥିଲେ। ୨୦୦୬ ଡିସେମ୍ବର ୧୯ରେ ସେ ୬ ବର୍ଷ ପାଇଁ ସେଥିରୁ ୪ ଲକ୍ଷ ଟଙ୍କା ଜମା ରଖିଥିଲେ। ତାଙ୍କ ଦସ୍ତଖତକୁ ଜାଲିଆତି କରି ସବୁ ଟଙ୍କା ବ୍ୟାଙ୍କ୍‌ରୁ କେହି ଦୁର୍ବୃତ୍ତ ଉଠାଇ ନେଇଛନ୍ତି। କେବଳ ସେତିକି ନୁହେଁ ତାଙ୍କ ନାମରେ ଋଣ କରି ଟଙ୍କା ଉଠାଇ ନେଲେ। କୋଇଲା ଖଣି କମ୍ପାନୀ ପକ୍ଷରୁ ତାଙ୍କ ଯେଉଁ ଭତ୍ତା ମିଳୁଥିଲା ତାହା ଏବେ ସୁଧ ବାବଦରେ ବ୍ୟାଙ୍କ ଖାତାରୁ ଚାଲି ଯାଉଛି। ଏବେ ସମ୍ପର୍କୀୟମାନେ ତାଙ୍କ ପାଇଁ ଭରସା। ଦୁଇ ଝିଅ ବାହା ହୋଇଯାଇଛନ୍ତି। ପୁଅ ଅଲଗା ହୋଇ ପରିବାର ସହିତ ରହୁଛି। ପତ୍ନୀ ତମଳା ଡାକୁଆଙ୍କ ସହ ରହୁଛନ୍ତି ଗଞ୍ଜାମ ଗାଙ୍ଗପୁର ଥାନା ଅଧୀନ ବୋରି ଗ୍ରାମରେ। ଦୁହେଁ ଅନ୍ୟ ଉପରେ ନିର୍ଭରଶୀଳ।
ଅପାଠୁଆ ସୋମନାଥ ଅଙ୍ଗୁଳି ଛାପ ଦିଅନ୍ତି ନାହିଁ। ବହୁ କଷ୍ଟରେ ନିଜର ନାମ ଓଡ଼ିଆରେ ଦସ୍ତଖତ କରନ୍ତି। କେହି ତାଙ୍କ ନାମରେ ଦସ୍ତଖତ କରି ବ୍ୟାଙ୍କରୁ ଟଙ୍କା ହଡ଼ପ କରି ନେଇଥିବା ସେ ସନ୍ଦେହ କରୁଛନ୍ତି। ଏଥିରେ ବ୍ୟାଙ୍କର ଅଧିକାରୀମାନଙ୍କର ପ୍ରଚ୍ଛନ୍ନ ହାତ ରହିଥିବା ସେ କହିଛନ୍ତି। ପୁଲିସ ବ୍ୟାଙ୍କ କର୍ମଚାରୀଙ୍କୁ ଡାକି ପଚରାଉଚରା କରିଥିଲା। ସମ୍ପର୍କରେ ବହୁ ବିଳମ୍ବରେ ଜାଣିବାକୁ ପାଇଲେ, ୨୦୧୫ ଅଗଷ୍ଟ ୯ରେ ସୋମନାଥ ଏସମ୍ପର୍କରେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଅଧାରେ ଲଟକି ରହିଛି। ଏହା ଭିତରେ ୩ ବର୍ଷ ପୂରି ଗଲାଣି। ପୁଲିସ ଜାଲ୍‌ ଦସ୍ତଖତର ଯାଞ୍ଚ ପାଇଁ ଫୋରେନ୍‌ସିକ୍‌ ବିଭାଗକୁ ଚିଠି ଲେଖିଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରୁଥିବାରୁ ଏନେଇ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେହିପରି ବ୍ୟାଙ୍କର କର୍ମଚାରୀମାନେ ୨୦୧୦ରେ ସୋମନାଥଙ୍କ ଆକାଉଣ୍ଟକୁ ଭଞ୍ଜନଗର ଏସ୍‌ବିଆଇ ଶାଖାରୁ ଗାଙ୍ଗପୁରସ୍ଥିତ ଅନ୍ୟ ଏକ ବ୍ୟାଙ୍କ୍‌କୁ ସ୍ଥାନାନ୍ତର ଲାଗି ତାଙ୍କଠାରୁ ଖାତା ମାଗି ନେଇ ଯାଇଥିଲେ। ତେବେ ଏହା ପରେ ତାଙ୍କ ଆକାଉଣ୍ଟ ଆଉ ଗାଙ୍ଗପୁରସ୍ଥିତ ଅନ୍ୟ ଶାଖାକୁ ସ୍ଥାନାନ୍ତର ହେଲାନାହିଁ। ଦୀର୍ଘ ଦିନ ପରେ ସେ ତାଙ୍କ ଆକାଉଣ୍ଟ ସମ୍ପର୍କରେ ବୁଝିବାକୁ ଆସିବା ବେଳେ ଏସବୁ ପଦାକୁ ଆସିଥିଲା। ଗତ କିଛି ଦିନ ତଳେ ସେ ବ୍ୟାଙ୍କକୁ ଯାଇଥିଲେ ବୁଝାସୁଝା କରିବାକୁ ହେଲେ ତାଙ୍କୁ ବ୍ୟାଙ୍କର ଅଧିକାରୀମାନେ କେବଳ ଦୁର୍ବ୍ୟବହାର କଲେ ତାହାନୁହେଁ, ଧକ୍‌୍‌କା ମାରି ବାହାର କରିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ବିଭିନ୍ନ ଆଡୁ ନିରାଶ ହେବା ପରେ ଏବେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତ ସପ୍ତାହରେ ହାଇକୋର୍ଟ ବ୍ୟାଙ୍କର ସାଧାରଣ ପରିଚାଳକ, ଶାଖା ପରିଚାଳକ ଏବଂ ଅନ୍ୟ ଅଧିକାରୀଙ୍କୁ ହାଜର ପାଇଁ ସମନ କରିଥିବା ଜଣାପଡିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories