www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନବନ୍ଦର ଉଦ୍‍ଘାଟନ ପରେ ଏଠାରୁ ବିମାନ ଉଡ଼ାଣ ବନ୍ଦ ରହିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ବେଗ ପ୍ରକାଶ କରିବା ସହିତ ଏଥିନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗତ ସେପ୍‍ଟେମ୍ବର ୨୨ରେ ଆପଣ ଝାରସୁଗୁଡ଼ା ବିମାନବନ୍ଦରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଏଠାରେ ଏୟାର ଓଡ଼ିଶାର ଉଡ଼ାଣ ଆରମ୍ଭ ହୋଇଥିଲା। ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେବ ବୋଲି ଆପଣ ଘୋଷଣା କରିଥିଲେ। ହେଲେ ଭାରତ ସରକାରଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଇତିମଧ୍ୟରେ ଏୟାର ଓଡ଼ିଶା କୌଣସି ନିର୍ଦିଷ୍ଟ କାରଣ ନଦର୍ଶାଇ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ଗତ ଅକ୍ଟୋବର ୬ତାରିଖରୁ ହଠାତ୍‍ ବନ୍ଦ କରିଦେଇଛି। ଏହା ପଶ୍ଚିମ ଓଡ଼ିଶା ଜନସାଧାରଣଙ୍କ ଭାବାବେଗକୁ ଶକ୍ତ ଧକ୍କା ଦେଇଥିବାବେଳେ ରାଜ୍ୟରେ ବିମାନ ଚଳାଚଳ କ୍ଷେତ୍ରକୁ ପ୍ରଭାବିତ କରିଛି। ଝାରସୁଗୁଡ଼ା ବିମାନବନ୍ଦରକୁ ପୂର୍ଣ୍ଣକାଳୀନ ବ୍ୟବସାୟ ଭିତ୍ତିକ ବିମାନବନ୍ଦର କରିବା ପାଇଁ ବିମାନ ଉଡ଼ାଣ ସହିତ ବାଣିଜ୍ୟିକ ଉଡ଼ାଣ ବିଷୟ ବିଚାରକୁ ନେବା ପାଇଁ ସେ ଅନୁରୋଧ କରିଥିଲେ। ଝାରସୁଗୁଡ଼ା ବିମାନବନ୍ଦର ସମ୍ପ୍ରସାରଣ ଦିଗରେ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଓ ଆବଶ୍ୟକ ପାଣ୍ଠି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ବିମାନବନ୍ଦରରୁ ପୁନର୍ବାର ବିମାନ ଉଡାଣ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ନିର୍ଦେଶ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଝାରସୁଗୁଡ଼ାରୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ବିମାନ ଉଡ଼ାଣ ସହିତ ଯେକୌଣସି ଏୟାରଲାଇନ୍ସ ଜରିଆରେ ପଡ଼ୋଶୀ ରାଜ୍ୟକୁ ଉଡ଼ାଣ କରାଯିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଯଦି ଭୁବନେଶ୍ୱରରୁ ଦିଲ୍ଲୀ ଚଳାଚଳ କରୁଥିବା ଏୟାର ଇଣ୍ଡିଆ ବିମାନକୁ ଝାରସୁଗୁଡ଼ା ଦେଇ ଉଡ଼ାଣ ପାଇଁ ନିର୍ଦେଶ ଦିଅନ୍ତେ ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଜନସାଧାରଣ ଉପକୃତ ହୋଇପାରନ୍ତେ। ଏଥିସହିତ ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମକରଣ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories