www.samajalive.in
Sunday, December 7, 2025
16.1 C
Bhubaneswar

ଛତିଶଗଡ଼ର ଯୋଜନାକୁ ଅବୈଧ କରାଯାଉ

ନୂଆଦିଲ୍ଲୀ: ମହାନଦୀର ୨୭.୪୮ ଏମଏଏଫ ଜଳ ବ୍ୟବହାର ନେଇ ଛତିଶଗଡ଼ ସରକାରଙ୍କ ଯୋଜନାକୁ ଅବୈଧ ଘୋଷଣା କରିବାକୁ ଓଡ଼ିଶା ସରକାର ମହାନଦୀ ଜଳ ବିବାଦ ଟ୍ରାଇବୁନାଲରେ ନିବେଦନ କରିଛନ୍ତି। ଆସନ୍ତା ଡିସେମ୍ବର ୧୫ ଶୁଣାଣି ପୂର୍ବରୁ ଷ୍ଟେଟମେଣ୍ଟସ ଅଫ କ୍ଲେମସ ଦାଖଲ କରି ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ ଛତିଶଗଡ଼ ରାଜ୍ୟ ସରକାରଙ୍କ ଗତ ୨୭ ଅଗଷ୍ଟ ୨୦୧୬ ଚିଠି ଅନୁଯାୟୀ ୨୭.୪୮ ଏମଏଫ ଜଳ ବ୍ୟବହାର ଯୋଜନା ରହିଛି। ଛତିଶଗଡ଼ରେ ଏତେ ପରିମାଣର ମହାନଦୀ ଜଳ ବ୍ୟବହାର ଯୋଜନାକୁ ଓଡ଼ିଶା ସରକାର ପ୍ରଶ୍ନ କରିଛନ୍ତି। ଦର୍ଶାଇଛନ୍ତି ଯେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ମିଳିତ ଭାବେ ମହାନଦୀର ୧୦.୮୩ ଏମଏଏଫରୁ ଅଧିକ ଜଳ ବ୍ୟବହାର କରିବାର ଅଧିକାର ନାହିଁ। ମହାନଦୀ ଜଳ ବିବାଦ ଟ୍ରାଇବୁନାଲ ନିର୍ଦେଶନାମା ଜରିଆରେ ଛତିଶଗଡ଼ର ଜଳ ବ୍ୟବହାର ଅଧିକାର ସ୍ପଷ୍ଟ କରିବାକୁ ଷ୍ଟେଟମେଣ୍ଟସ ଅଫ କ୍ଲେମସରେ ନିବେଦନ କରାଯାଇଛି। ହୀରାକୁଦ ଜଳଭଣ୍ଡାର ପର୍ଯ୍ୟନ୍ତ ମହାନଦୀରେ ଅତିକମ୍‍ରେ ୨୦.୬୧ ଏମଏଏଫ ଜଳ ପ୍ରବାହ ଓ ୬.୧୭ ଉଦବୃତ୍ତ ଜଳ ପ୍ରବାହକୁ ସୁନିଶ୍ଚିତ କରାଇବାକୁ ଷ୍ଟେଟମେଣ୍ଟସ ଅଫ କ୍ଲେମସରେ କୁହାଯାଇଛି। ସେହିପରି ଅଣମୌସୁମୀ ସମୟରେ ନଭେମ୍ବରରୁ ମଇ ମଧ୍ୟରେ ଓଡ଼ିଶା ସୀମାରେ ମହାନଦୀରେ ଅତିକମ୍‍ରେ ୧.୭୪ ଏମଏଏଫ ଜଳ ପ୍ରବାହ ସୁନିଶ୍ଚିତ କରିବା ପାଇଁ ନିର୍ଦେଶନାମା ଜାରି କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିରେ ମହାନଦୀରେ ୧.୬୯ ଏମଏଏଫ, ଇବ ନଦୀରେ ୦.୧୧ ଏମଏଏଫ ଓ କେଲୋ ନଦୀରେ ୦.୦୩ ଏମଏଏଫ ଜଳ ପ୍ରବାହ ପ୍ରସ୍ତାବ ରହିଛି। ମୌସୁମୀରେ ଜୁନରୁ ଅକ୍‍ଟୋବର ମଧ୍ୟରେ ମହାନଦୀରେ ୮.୯୫ ଏମଏଏଫ ଜଳ ପ୍ରବାହ ସୁନିଶ୍ଚିତ କରିବାକୁ ନିବେଦନ କରାଯାଇଛି। ଓଡ଼ିଶା ସୀମାରେ ମହାନଦୀରେ ୮.୨୪ ଏମଏଏଫ, ଇବ ନଦୀରେ ୦.୫୬ ଏମଏଏଫ ଓ କେଲୋ ନଦୀରେ ୦.୧୫ ଏମଏଏଫ ଜଳ ପ୍ରବାହ ପ୍ରସ୍ତାବ ରହିଛି।
ଛତିଶଗଡ଼ରେ ଚାଲୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ରୋକିବା ତଥା ନୂତନ ପ୍ରକଳ୍ପ ନିର୍ମାଣ ଉପରେ ତୁରନ୍ତ ରହିତାଦେଶ ଜାରି ପାଇଁ ଓଡ଼ିଶା ସରକାର ନିବେଦନ କରିଛନ୍ତି। ଷ୍ଟେଟମେଣ୍ଟସ ଅଫ କ୍ଲେମସରେ ଦର୍ଶାଯାଇଛି ଯେ ମହାନଦୀ ଜଳ ପ୍ରବାହକୁ ପ୍ରଭାବିତ କରିବାର ସମ୍ଭାବନା ରହିଥିବା କଲମା, ସାରାଡିହୀ, ମିରୋନୀ, ବସନ୍ତପୁର, ସେଓରି ନାରାୟଣ ଓ ସାମୋଡା ବ୍ୟାରେଜ ନିର୍ମାଣ ଓ ଜଳ ସଂରକ୍ଷଣ ପ୍ରକଳ୍ପ ଉପରେ ତୁରନ୍ତ ରୋକ ଲଗାଯାଉ। ସେଣ୍ଟ୍ରାଲ ୱାଟର ୱେଏଜ ଇରିଗେସନ ଓ ନାଭିଗେସନ କମିଶନଙ୍କ ଦ୍ୱାରା ମହାନଦୀ ଉପତ୍ୟକା ବିକାଶ ହୀରାକୁଦ ଜଳଭଣ୍ଡାର ପ୍ରକଳ୍ପ ଡିଟେଲଡ ପ୍ରୋଜେକ୍ଟ ରିପୋର୍ଟ (୧୯୪୭) ପ୍ରସ୍ତୁତ କରାଯାଇଥିଲା। ହୀରାକୁଦ ଜଳଭଣ୍ଡାର ଡିପିଆରକୁ ବୈଧ ଘୋଷଣା କରାଯିବା ସହ ହୀରାକୁଦ ଜଳ ଭଣ୍ଡାର ପ୍ରକଳ୍ପ ଚୁକ୍ତିନାମା ଅଥବା ବୁଝାମଣା ମହାନଦୀ ଅବବାହିକାର ସମସ୍ତ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପାଇଁ ମଧ୍ୟ ଲାଗୁ ହେବ ବୋଲି ଘୋଷଣା କରିବାକୁ ଓଡ଼ିଶା ସରକାର ନିବେଦନ କରିଛନ୍ତି। ମହାନଦୀ ଜଳ ଆବଣ୍ଟନ ନେଇ ୨୮ ଅପ୍ରେଲ ୧୯୮୩ରେ ଓଡ଼ିଶା ଓ ମଧ୍ୟପ୍ରଦେଶ ଚୁକ୍ତିନାମାର ଜଏଣ୍ଟ କଂଟ୍ରୋଲ ବୋର୍ଡ ଗଠନ ପ୍ରସ୍ତାବ ଧାରା ବାତିଲ କରିବା ପାଇଁ ଓଡ଼ିଶା ସରକାର ଷ୍ଟେଟମେଣ୍ଟ ଅଫ କ୍ଲେମସରେ ମହାନଦୀ ଜଳ ବିବାଦ ଟ୍ରାଇବୁନାଲଙ୍କୁ ଅନୁରୋଧ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories