www.samajalive.in
Saturday, December 6, 2025
26.1 C
Bhubaneswar

କଲେଜ ଛାତ୍ରୀଙ୍କୁ ତଣ୍ଟିଚିପି ହତ୍ୟା

ପାତ୍ରପୁର: ଜଣେ ବିବାହିତ ଯୁବକର ପ୍ରେମ ଫାଶରେ ପଡ଼ି ବିବାହ କରିବାକୁ ଜିଦ୍‍ ଧରି ଜଣେ କଲେଜ ଛାତ୍ରୀ ପ୍ରେମିକ ଦ୍ୱାରା ହତ୍ୟାର ଶିକାର ହୋଇଛି। ପ୍ରେମିକ ଜଣକ ଛାତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ହାତ ଓ ଗୋଡ଼ ବାନ୍ଧି ଏକ ବସ୍ତାରେ ଭର୍ତ୍ତି କରି କୂଅ ମଧ୍ୟକୁ ପଥର ବାନ୍ଧି ପକାଇ ଦେବାଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଲୋମହର୍ଷକ ଘଟଣା ତିନିଦିନ ପରେ ପର୍ଦ୍ଦାଫାସ ହୋଇଛି। ପ୍ରେମିକାକୁ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ଯୁବକଜଣକ ଜରଡା ଥାନାରେ ପହଞ୍ଚି ଆତ୍ମସମର୍ପଣ କରି ହତ୍ୟା କାହାଣି ବଖାଣିଛି। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏଭଳି ଘଟଣା ଘଟିଛି ପାତ୍ରପୁର ବ୍ଲକ୍‍ ସୁରଙ୍ଗି ପଞ୍ଚାୟତ କେଶପୁର ଗ୍ରାମରେ। ମୃତ କଲେଜ ଛାତ୍ରୀ ଜଣକ ହେଉଛନ୍ତି ଖାରିଆଗୁଡା ପଞ୍ଚାୟତ ଏସ୍‍.ନୂଆଗାଁ ଗ୍ରାମର ଭବାନୀ ବେହେରା (୧୮)। ଭବାନୀଙ୍କ ଘର ପୁରୀ। ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ବଡ ମା’ ମଲ୍ଲୀ ଗୌଡ଼ଙ୍କ ପାଖରେ ରହି ଖାରିଆଗୁଡା ଡୋକି ସନ୍ନ୍ୟାସୀ ମହାବିଦ୍ୟାଳୟରେ ଯୁକ୍ତଦୁଇ ଦ୍ୱିତୀୟ ବର୍ଷରେ ପଢୁଥିଲେ। ଏହି ଗ୍ରାମକୁ କେଶପୁର ଗ୍ରାମର ବିବାହିତ ଯୁବକ ଗୌତମ ପ୍ରଧାନ ବିଦ୍ୟୁତ ମରାମତି କାମ ପାଇଁ ବାରମ୍ବାର ଆସିବା ବେଳେ ଭବାନୀଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା। ଗୌତମ ତାଙ୍କୁ ମୋବାଇଲ୍‍ ସହିତ କିଛି ଉପହାର ମଧ୍ୟ ଦେଇଥିଲେ। ତେବେ ଭବାନୀ
ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିବା ପାଇଁ ବାରମ୍ବାର ଜିଦ୍‍ ଧରି ୨୦ ତାରିଖରେ ପ୍ରେମିକର ଗ୍ରାମ କେଶପୁରରେ ପହଞ୍ଚିଥିଲେ। ଗୌତମ ଭବାନୀଙ୍କୁ ଗ୍ରାମଠାରୁ ଅନତି ଦୂର ଏକ ତୋଟାକୁ କଥାବାର୍ତ୍ତା ହେବାକୁ ଡାକି ନେଇ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ହାତଗୋଡ ରସିରେ ବାନ୍ଧି ଏକ ପଲିଥିନ୍‍ ମଧ୍ୟରେ ପୁରାଇ ପଥରବାନ୍ଧି ଏକ ପରିତ୍ୟକ୍ତ କୂଅକୁ ପକାଇ ଦେଇଥିଲା। ଭବାନୀଙ୍କ ନିଖୋଜ ନେଇ ତାଙ୍କ ବଡ଼ ମା’ ଖୋଜିଖୋଜି ସହିତ କେଶପୁର ଯାଇ ଗୌତମକୁ ଯୋଗାଯୋଗ ପାଇଁ ଉଦ୍ୟମ କରି ନପାରି ଫେରିଥିଲେ। ଏହାପରେ ଯୁବକଜଣକ ଆଜି ସକାଳେ ଜରଡ଼ା ଥାନାରେ ପହଞ୍ଚି ସମସ୍ତ ଘଟଣା ବର୍ଣ୍ଣନା କରିଥିଲା। ପୁଲିସ ଅଭିଯୁକ୍ତକୁ ଧରି ମୃତଦେହ ପଡ଼ିଥିବା କୂଅ ନିକଟରେ ପହଞ୍ଚି ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ନମୂନା ସଂଗ୍ରହ କରିଛି। ଚିକିଟି ଏସ୍‍ଡିପିଓ ପ୍ରକାଶଚନ୍ଦ୍ର ଜେନା, ଜରଡ଼ା ଥାନା ଅଧିକାରୀ ଭବାନୀଶଙ୍କର ଖୁଣ୍ଟିଆ, ଖାରିଆଗୁଡା ଫାଣ୍ଡି ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଆସନ୍ତାକାଲି ଅଭିଯୁକ୍ତ କୋର୍ଟଚାଲାଣ କରାଯିବ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories