www.samajalive.in
Wednesday, December 10, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆରମ୍ଭ, ମଳମାସ ପାଇଁ ୪୫ଦିନ ଧରି ଚାଲିବ ପୂଜାର୍ଚ୍ଚନା

ଆରଡି: ଓଡିଶାର ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ଗୁରୁବାର ପବିତ୍ର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଷୋଡଶ ଦିବସୀୟ ପୂଜା। ଚଳିତବର୍ଷ ମହାମାରୀ କରୋନା ପାଇଁ ଦୀର୍ଘମାସ ହେବ କଟକଣା ଜାରି ରହିଥିବାରୁ ସେବାୟତମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାକ୍ସ ପରିଧାନ କରି ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଆଶ୍ୱିନମାସ ମଳମାସ ପଡୁଥିବାରୁ ଚଳିତଥର ୪୫ଦିନ ଧରି ଅର୍ଥାତ ଅକ୍ଟୋବର ୨୪ ଦଶହରା ଯାଏଁ ପୂଜା ଚାଲିବ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି। ଗୁରୁବାର ପ୍ରଥମ ଦିନରେ ମାଙ୍କୁ ଗୈାରୀ ବେଶରେ ସଜ୍ଜିତ କରାଯିବା ସହିତ ମଙ୍ଗଳ ଆଳତୀ, ମାର୍ଜନା, ମହାସ୍ନାନ, ଘଟ ଉତ୍ତୋଳନ, ଦ୍ୱାରପାଳ ପୂଜା ଆଦି ଅପରାହ୍ଣ ସୁଧା ସରିବା ପରେ ଚଣ୍ଡୀପାଠ, ଷୋଡଶ ନୀତି, ହୋମ ଆଦି ସମ୍ପନ୍ନ କରାଯାଇଥିଲା। ଏହିପରି ଦୈନଦିନ ମାଙ୍କ ପୂଜା ମଣ୍ଡପରେ କୋଭିଡ-୧୯ର କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ମଧ୍ୟରେ ମାଙ୍କର ପୂଜାର୍ଚ୍ଚନା କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତାହାସହ ପୂର୍ବପରି ମନ୍ଦିର ମଧ୍ୟକୁ କୈାଣସି ଭକ୍ତମାନେ ଯେପରି ପ୍ରବେଶ ନକରିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରକାଶ ପାଇଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories