www.samajalive.in
Friday, December 5, 2025
27.1 C
Bhubaneswar

ଧନୀ ହେବା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ ଏହି ରାଶି: ଜୁନ୍‌ ୩୦ରେ ମଙ୍ଗଳ ଚଳନ ପରେ ହେବ ବଡ ପରିବର୍ତ୍ତନ, ବଦଳିଯିବ ସବୁକିଛି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩୦ ଜୁନ୍‌ ରାତି ୮ଟା ୩୩ ମିନିଟ୍‌ରେ ମଙ୍ଗଳ ଗ୍ରହ ପୂର୍ବାଫାଲଗୁଣ ନକ୍ଷତ୍ରରେ ପ୍ରବେଶ କରି ସିଂହ ରାଶିରେ ବିରାଜମାନ ରହିବେ । ମଙ୍ଗଳଙ୍କୁ ଗ୍ରହଙ୍କ ସେନାପତି ମଧ୍ୟ କୁହାଯାଏ । ଶାସ୍ତ୍ର ଅନୁସାରେ ମଙ୍ଗଳ ଶକ୍ତି, ସାହସ, ପରାକ୍ରମ ଓ ନେତୃତ୍ୱର ପ୍ରତୀକ । ସିଂହ ରାଶିଙ୍କ ସ୍ୱାମୀ ସୂର୍ଯ୍ୟ ଗ୍ରହ । ଯେ କି ଆତ୍ମବିଶ୍ୱାସ, ମହତ୍ତ୍ୱକାଂକ୍ଷା ଆଦିର ପ୍ରତୀକ । ପୂର୍ବାଫାଲଗୁଣ ନକ୍ଷତ୍ରର ସ୍ୱାମୀ ଶୁକ୍ର ଗ୍ରହ । ମଙ୍ଗଳଙ୍କ ଏହି ଚଳନ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବାକୁ ଯାଉଛି । ସିଂହ ରାଶିରେ ମଙ୍ଗଳଙ୍କ ପ୍ରଭାବ ରହିଥାଏ । କାରଣ ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ । ସୂର୍ଯ୍ୟ ଓ ମଙ୍ଗଳ ପରସ୍ପର ମିତ୍ର ଗ୍ରହ । ମଙ୍ଗଳଙ୍କ ପ୍ରବେଶ ପରେ କର୍ମକ୍ଷେତ୍ରରେ ଉନ୍ନତି, ଆର୍ଥିକ ଲାଭ ଓ ବ୍ୟକ୍ତିଗତ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଥାଏ । ଜାଣନ୍ତୁ..

ମେଷ- ମଙ୍ଗଳ ମେଷ ରାଶିଙ୍କ ସ୍ୱାମୀ । ମଙ୍ଗଳଙ୍କ ଏହି ଚଳନ ହେତୁ କର୍ମକ୍ଷେତ୍ର ଓ ପ୍ରେମରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଟକି ଥିବା କାମ ପୂରଣ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ସହକର୍ମୀଙ୍କ ସହଯୋଗ ମିଳିବ । ପ୍ରଗତି ହେବ । ସମ୍ପର୍କରେ ମଧୁରତା ରହିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଧିକ ଶୁଭଫଳ ପାଇଁ ମଙ୍ଗଳବାର ହନୁମାନ ଚାଳିଶା ନିଶ୍ଚୟ ପାଠ କରନ୍ତୁ । ଲାଲ ଚନ୍ଦନର ତିଳକ ଲଗାନ୍ତୁ ।

- Advertisement -

ମିଥୁନ- ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଶୁଭ ସମୟ । ବ୍ୟବସାୟରେ ଉନ୍ନତି ହେବ । ଚିନ୍ତା ଦୂର ହେବ । ଅଧିକ ଶୁଭଫଳ ପାଇଁ ପ୍ରଭୁ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ । ମଙ୍ଗଳବାର ସବୁଜ ମୁଗ ଦାନ କରନ୍ତୁ ।

ଏହି ତାରିଖରେ ଜନ୍ମ ହେଲେ ଶନିଙ୍କ କୃପାରୁ ନିଶ୍ଚୟ ହୁଅନ୍ତି କୋଟିପତି, ୪୦ ବର୍ଷ ବୟସ ପରେ ଖାଲି ମିଳେ ସଫଳତା

ସିଂହ- ଆତ୍ମବିଶ୍ୱାସ ଓ ସାହସ ବୃଦ୍ଧି ହେବ । ଆୟର ନୂଆ ନୂଆ ସୁଯୋଗ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ମାନସିକ ଶାନ୍ତି ମିଳିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ପରିବାରରେ ହସଖୁସି, ସୁଖଶାନ୍ତିର ବାତାବରଣ ରହିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ସହକର୍ମୀଙ୍କ ସହଯୋଗ ଓ ନୂଆ ଦାୟିତ୍ୱ ମିଳିବ ।
ଅଧିକ ଶୁଭଫଳ ପାଇଁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସହ ମଙ୍ଗଳବାର ଲାଲ ବସ୍ତ୍ର ପିନ୍ଧନ୍ତୁ ।

ବିଛା- କର୍ମକ୍ଷେତ୍ରରେ ଉନ୍ନତି ହେବ । ମାନ-ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ଯେଉଁମାନେ ନୂଆ ଚାକିରି ପାଇଁ ଆଶା କରୁଛନ୍ତି ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଟକି ଥିବା ଧନ ମିଳିବ । ବ୍ୟବସାୟରେ ଲାଭ ମିଳିବ । ନୂଆ କାମ ଆରମ୍ଭ କରି ପାରନ୍ତି । ପରିବାରରେ ହସଖୁସିର ବାତାବରଣ ରହିବ । ଅଧିକ ଶୁଭଫଳ ପାଇଁ ମଙ୍ଗଳବାର ସୁନ୍ଦରକାଣ୍ଡ ପାଠ କରନ୍ତୁ କିମ୍ବା ଶୁଣନ୍ତୁ । ଗୁଡ ଦାନ କରନ୍ତୁ ।

ତୁଳା- ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ । ସହକର୍ମୀଙ୍କ ସହଯୋଗ ମିଳିବ । ଭୂମି, ଗାଡି କିଣିବାର ଯୋଗ ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଧନ ସଞ୍ଚୟ କରିବେ । ଅଧିକ ଶୁଭଫଳ ପାଇଁ ଶୁକ୍ରବାର ମା’ଲକ୍ଷ୍ମୀଙ୍କ ମନ୍ଦିରରେ ମିଶ୍ରି ଅର୍ପଣ କରନ୍ତୁ । ମଙ୍ଗଳବାର ଲାଲ ମସୁର ଡାଲି ଦାନ କରନ୍ତୁ ।

ବଡ ଖବର; କମିଲା ସୁନା, ପୁଣି କମିଲା ୨ ହଜାର!

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories