www.samajalive.in
Tuesday, December 9, 2025
16.1 C
Bhubaneswar

ସୁଜି ଢୋକଲା

ଆବଶ୍ୟକୀୟ ସାମଗ୍ରୀ
ସୁଜି – ଏକ କପ
୨ କପ ପାଣି
୧/୪ ଚାମଚ ହଳଦୀ ପାଉଡର
ଏକ ଚାମଚ ଫ୍ରୁଟ୍ସ ସଲ୍ଟ ବା ଇନୋ
ଏକ ଚାମଚ ସୋରିଷ
୨ ଚାମଚ କଞ୍ଚା ଲଙ୍କା
୨ ଚାମଚ ଧନିଆ ପତ୍ର
ଲୁଣ
ତେଲ
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଏକ ପାତ୍ରରେ ସୁଜି, ହଳଦୀ ପାଉଡର ଏବଂ ଲୁଣ ମିଶାନ୍ତୁ। ଏଥିରେ ପାଣି ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ୨୦ ମିନିଟ୍ ପର୍ୟ୍ୟନ୍ତ ରଖି ଦିଅନ୍ତି। ଏହି ସମୟ ମଧ୍ୟରେ ପାଣି ଗରମ କରିବା ପାଇଁ ମଧ୍ୟମ ଅଞ୍ଚରେ ଏକ ଗଭୀର ପାତ୍ର ବସାନ୍ତୁ। ଏବେ ଢୋକଲା ଛାଞ୍ଚ ବା ଟ୍ରେରେ ହାଲୁକା ତେଲ ଲଗାନ୍ତୁ। ତା’ପରେ ଘୋଳରେ ଇନୋ ପକାଇ ଏହାକୁ ମିଶାଇ ଛାଞ୍ଚରେ ରଖନ୍ତୁ। ଏହି ଛାଞ୍ଚକୁ ବର୍ତ୍ତମାନ ଇଡିଲ ପ୍ରସ୍ତୁତ କଲା ଭଳି ଗଭୀର ପାତ୍ରର ଉପର ଭାଗରେ ରଖନ୍ତୁ। ୧୫ ମିନିଟ୍ ଏପରି ଛାଡି ଦେବେ। ଯେପରି ଗରମ ପାଣିର ବାମ୍ପରେ ଢୋକଲା ପ୍ରସ୍ତୁତ ହେବ। ୧୫ ମିନିଟ୍ ପରେ ଛୁରୀ ସାହାଯ୍ୟରେ ଦେଖନ୍ତୁ  ଢୋକଲା ଭଲ ଭାବେ ହୋଇଛି କି ନାହିଁ। ଯଦି ଛୁରୀରେ କିଛି ନ ଲାଗିବ ତେବେ ଜାଣି ଯିବେ ଯେ ଢୋକଲା ହୋଇଯାଇଛି। ଗ୍ୟାସ ବନ୍ଦ କରି ଥଣ୍ଡା ହେବା ପାଇଁ ରଖନ୍ତୁ। ଅନ୍ୟ ପାତ୍ରରେ ମଧ୍ୟମ ଆଞ୍ଚରେ ପାତ୍ରରେ ତେଲ ନିଅନ୍ତୁ। ସୋରିଷ, ଧନିଆ ପତ୍ର ଏବଂ କଞ୍ଚା ଲଙ୍କା ପକାଇ ଫୁଟାନ୍ତୁ। ଏହାକୁ ନେଇ ଢୋକଲା ଉପରେ ଢାଳନ୍ତୁ। ପ୍ରସ୍ତୁତ ହୋଇଗଲା ଢୋକଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories