www.samajalive.in
Tuesday, December 9, 2025
16.1 C
Bhubaneswar

ସାରସ୍ଵତ ମହାବିଦ୍ୟାଳୟରେ କରୋନା ସଚେତନତା ଓ ମାସ୍କ ବଣ୍ଟନ

ରେଙ୍ଗାଲିକେମ୍ପ : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗୋଡଭଗା ସାରସ୍ବତ ମହାବିଦ୍ୟାଳୟରେ ୩୦୦ ଜଣ ଛାତ୍ରଛାତ୍ରୀଙ୍କୁ ମାସ୍କ ବାଣ୍ଟନ ସହ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସମ୍ବଲପୁର ମହିଳା ପ୍ରମୁଖ ସୁଷମା ସାହୁ, ଅବସର ଇଣ୍ଡିଏନ ଆର୍ମି ସପ୍ତସିନ୍ଧୁ ପ୍ରଧାନ, ଜନ କଲ୍ୟାଣ ସେବା ଟ୍ରଷ୍ଟର ସୂଚନା ଲୋକସମ୍ପର୍କ ଅଧିକାରୀ ଡକ୍ଟର ଅଜିତ କୁମାର ନାଥ, ଅନୁଷ୍ଠାନର ସଭାପତି ମୁକୁନ୍ଦ ଦାଶ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପିକା ଉପସ୍ଥିତ ରହି ସଚେତନ କରିଥିଲେ। ଏହା ସହିତ କରୋନା ଯୋଦ୍ଧା ସମ୍ମାନ ଭାବେ ଜଣାଶୁଣା ସାମ୍ବାଦିକ ତଥା ସମାଜସେବୀ ଉପେନ୍ଦ୍ର ପଣ୍ଡାଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଗଲା ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଗୋଶାଲାର ଜଣାଶୁଣା ସାମାଜିକ କର୍ମୀ ମନଜିତ କୌର, ବାଳକୃଷ୍ଣ ସାହୁ ଓ ମହାବିଦ୍ୟାଲୟର ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଏହା ସହିତ ଭେକ୍ସସିନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ଓ ସମସ୍ତେ ଟିକା ନେବା ପାଇଁ ସଚେତନତା କରାଯାଇଥିଲା। ଶେଷରେ ବାଳକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories