www.samajalive.in
Wednesday, December 10, 2025
26.1 C
Bhubaneswar

ଅଳଙ୍କାର ଦୋକାନରୁ ଠକେଇ ମାମଲା : ଭୁବନେଶ୍ୱରରୁ ଗିରଫ

ସମ୍ବଲପୁର : ସମ୍ବଲପୁରର ଟାଉନ ଥାନା କ୍ଷେତ୍ରରେ ରହିଥିବା ମାରୱାଡି ପଡା ସୁନା ଦୋକାନ ସମେତ ଝାରସୁଗୁଡା, ସୁନ୍ଦରଗଡ ଓ ପୁରୀର ବିଭିନ୍ନ ଅଳଙ୍କାର ଦୋକାନରୁ ନିଜକୁ ଆୟକର ବିଭାଗର ଆଡିସନାଲ କମିଶନର କହି ଲକ୍ଷାଧିକ ଟଙ୍କାର ସୁନା ଠକେଇ ଘଟଣାର ଅଭିଯୁକ୍ତକୁ ଭୁବନେଶ୍ୱରର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ଗିରଫ କରାଯାଇଥିବାର ଜଣାପଡ଼ିଛି। ପଚରାଉଚୁରା ସମୟରେ ସମ୍ବଲପୁର ଠାରେ ସୁନା ଠକେଇ ମାମଲାରେ ସଂପୃକ୍ତ ଥିବାର ଜଣାପଡ଼ିବା ପରେ ତାକୁ ସମ୍ବଲପୁର ପୁଲିସକୁ ହସ୍ତାନ୍ତରିତ କରାଯାଇଛି ବୋଲି ଭୁବନେଶ୍ୱର ପୁଲିସ କହିଛି। ଗିରଫ ହୋଇଥିବା ଅଭିଯୁକ୍ତର ନାମ ବିଶାଳ ରାଜକୁମାର ନିଲଙ୍ଗେ (୨୫) ହୋଇଥିବା ବେଳେ ସେ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୁରୁର ମୂଳ ନିବାସୀ ଅଟେ। ସେ ଜଣେ ଏମବିଏ ଗ୍ରାଜୁଏଟ ହୋଇଥିବା ବେଳେ ହାଇଦ୍ରାବାଦରେ ରହି ଏଭଳି ଅପରାଧିକ କାଣ୍ଡମାନ ଭିଆଇ ଚାଲିଥିବାର କୁହାଯାଉଛି। ଭୁବନେଶ୍ୱରର ସ୍ପେଶାଲ ସ୍କ୍ୱାର୍ଡର ଅଧିକାରୀ ସଞ୍ଜୀବ ଶତପଥିଙ୍କ ନେତୃତ୍ୱରେ ଶ୍ରୀୟା ଛକ ନିକଟରେ ରହିଥିବା ଏକ ହୋଟେଲରୁ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ଭୁବନେଶ୍ୱରରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଅନଲାଇନ ବିମାନ ଯାତ୍ରା ଟିକେଟ, ନଗଦ ୧୭ ହଜାର, ଦୁଇଟି ନକଲି ପରିଚୟପତ୍ର ଏବଂ ୨ଟି ମୋବାଇଲ ଫୋନ ଜବତ କରାଯାଇଛି। ଅନୁମାନ କରାଯାଉଛି ଯେ ଅଭିଯୁକ୍ତ ଭୁବନେଶ୍ୱରର କୌଣସି ଅଳଙ୍କାର ଦୋକାନକୁ ତାର ଶିକାର କରିବା ପରେ ହାଇଦ୍ରାବାଦ ଫେରାର ହେବାର ଯୋଜନା କରିଥିଲା। କିନ୍ତୁ ତା ପୂର୍ବରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଏ ସର୍ମ୍ପକରେ ସୂଚନା ପାଇ ତାକୁ ଧରିଥିଲା।
ସୂଚନାନୁଯାୟୀ, ଅଭିଯୁକ୍ତ ବିଶାଳ ଅତ୍ୟନ୍ତ ସ୍ମାର୍ଟ ଏବଂ ଅର୍ନଗଳ ଇଂରାଜୀ କହିପାରେ। ତାକୁ ୨୦୨୦ ମସିହରେ ବାଙ୍ଗାଲୁରୁ ପୁଲିସ ଏଭଳି ଏକ ଠକେଇ ମାମଲାରେ ଗିରଫ କରିଥିଲା। ସେଠାରୁ ମୁକୁଳିବା ପରେ ସେ ହାଇଦ୍ରାବାଦକୁ ଚାଲି ଆସିଥିଲା। ହାଇଦ୍ରାବାଦରୁ ସେ ବିମାନ ଯୋଗେ ଭୁବନେଶ୍ୱର ଓ ଝାରସୁଗୁଡାକୁ ଯାତାୟାତ କରୁଥିଲା। ସେ ବିମାନବନ୍ଦର ବାହାରୁ ଭଡାରେ ଏକ କାର ନେଇ କୌଣସି ଅଳଙ୍କାର ଦୋକାନକୁ ଯାଉଥିଲା ଏବଂ ନିଜକୁ ଆୟକର ବିଭାଗର ଏଡିସନାଲ କମିଶନର ବୋଲି ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ଅଳଙ୍କାର କିଣୁଥିଲା। କିନ୍ତୁ ନଗଦ ଟଙ୍କା ଦେବା ବଦଳରେ ସେ ଡିଜିଟାଲ ମାଧ୍ୟମରେ ଟଙ୍କା ଦେବାକୁ କହି ନକଲି ଏନଇଏଫଟି ନମ୍ବର ଦେଇ ସୁନାଗହଣା ଧରି ଚମ୍ପଟ ମାରୁଥିଲା। ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖରେ ଅଭିଯୁକ୍ତ ସ୍ଥାନୀୟ ମାରୱାଡିପଡା ସ୍ଥିତ ଅଗ୍ରୱାଲ ଜ୍ୱେଲର୍ସ ଠାରୁ ୨୯.୮ ଗ୍ରାମର ସୁନାର ବ୍ରାସଲେଟ ଓ ଲକେଟ କିଣିବା ବାହାନାରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଠକେଇ କରିଥିଲା। ମାଲିକ କହ୍ନେୟାଲାଲ ଅଗ୍ରୱାଲଙ୍କୁ ସେ ନକଲି ଏନଇଏଫଟି ଜରିଆରେ ଟଙ୍କା ଦେଇଥିବାର ୪୭ ହଜାର ୭୫୦ ଟଙ୍କାର ଏକ ମେସେଜ ଦେଖାଇ ସୁନାଗହଣା ସମେତ ରସିଦ ନେଇ ଫେରାର ମାରିଥିଲା। ତେବେ ପରବର୍ତ୍ତୀ ସମୟରେ ଟଙ୍କା ଆକାଉଣ୍ଟକୁ ନ ଆସିବାରୁ ଠକେଇ ଶିକାର ହୋଇଥିବାର ଜାଣି ମାଲିକ କହ୍ନେୟାଲାଲ ଟାଉନ ଥାନାରେ ଅଭିଯୋଗ କରିବା ପରେ ସମସ୍ତ ସିସିଟିଭି ଫୁଟେଜ ପ୍ରଦାନ କରିଥିଲେ। ଏହା ପରେ ପୁଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପଡୋଶୀ ଜିଲା ଝାରସୁଗଡା ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସେହିଭଳି ଠକେଇ ହୋଇଥିବାର ଜଣାପଡ଼ିଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories