ସବୁବେଳେ ପାଦରେ ହେଉଛି କି ଯନ୍ତ୍ରଣା? ସାବଧାନ, ସାଙ୍ଘାତିକ ରୋଗର ଲକ୍ଷଣ…

ନୂଆଦିଲ୍ଲୀ : ଆଜିର ଜୀବନଶୈଳୀରେ ପାଦ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା। କିନ୍ତୁ ଯଦି ସବୁବେଳେ ଆପଣଙ୍କ ଗୋଡରେ ଯନ୍ତ୍ରଣା ହେଉଛି । ତାହାଲେ ସାବଧାନ ହୋଇଯାନ୍ତୁ।  ଏହା କିଛି ପ୍ରମୁଖ ରୋଗର ସଙ୍କେତ ହୋଇପା​‌ରେ। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଗୋଡରେ ଯନ୍ତ୍ରଣା ହୃଦଘାତ ସହିତ ଜଡିତ ହୋଇପାରେ।  ଯାହା ପେରିଫେରାଲ୍ ଧମନୀ ରୋଗ ସହିତ ସିଧାସଳଖ ଜଡିତ। ପେରିଫେରାଲ୍ ଧମନୀ ରୋଗ ହେତୁ କୋଲେଷ୍ଟ୍ରଲ ବୃଦ୍ଧି ଘଟେ । ଯଦି ପେରିଫେରାଲ୍ ଧମନୀ ରୋଗ ର ଚିକିତ୍ସା କରା ନଯାଏ। ତେବେ ଏହା ଶରୀରର ଅନ୍ୟ ଅଙ୍ଗରେ ଆଥେରୋସ୍କ୍ଲେରୋସିସ୍  ହୋଇପାରେ। ଏହା ହୃଦଘାତ ଏବଂ ଅନ୍ୟାନ୍ୟ ହୃଦଘାତ ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ାଇଥାଏ । ତେଣୁ ଯଦି ଗୋଡରେ ବାରମ୍ବାର ଯନ୍ତ୍ରଣା ଅନୁଭବ କରୁଛନ୍ତି , ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

Comments are closed.