www.samajalive.in
Saturday, December 6, 2025
26.1 C
Bhubaneswar

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା

ସୁଆଣ୍ଡୋ:ସୁସ୍ଥ ଓ ନିରାମୟ ଜୀବନଜାପନ କରିବାପାଇଁ ଯୋଗର ଆବଶ୍ୟକତା ରହିଛି। ଭାରତରୁ ଉତ୍ପତି ହୋଇଥିବା ଯୋଗ ବର୍ତ୍ତମାନ ସାରା ବିଶ୍ୱରେ ଆଦୃତ ଲାଭ କରିଛି। ସମଗ୍ର ବିଶ୍ୱ ଯୋଗର ଉପଯୋଗିତାକୁ ଅନୁଭବ କରି ବିଶ୍ୱ ଯୋଗ ଦିବସ ମଧ୍ୟ ପାଳନ କରୁଛି। ଛାତ୍ରଛାତ୍ରୀ ମାନଙ୍କୁ ଯୋଗର ଉପଯୋଗିତା ଏବଂ ଆବଶ୍ୟକତାକୁ ଅନୁଭବ କରି ପୁରୀ ଜିଲ୍ଲା ସୁଆଣ୍ଡୋ ଅନ୍ତର୍ଗତ ଗଙ୍ଗା ନାରୟଣପୁର ହରଚଣ୍ଡି ଉଚ୍ଚ ବିଦ୍ୟାପିଠରେ ପ୍ରତି ଶନିବାର ଯୋଗ ଶିକ୍ଷା ପ୍ରଦାନ କରାଯାଉଛି।ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଯୋଗ ପ୍ରଶିକ୍ଷଣ ଦେଉଛନ୍ତି।

ସ୍କୁଲର ଅନ୍ୟ ଶିକ୍ଷକ ରଶ୍ମିରଞ୍ଜନ ଷଡଙ୍ଗୀ ,ବସନ୍ତ ମହାରଣା ଏବଂ ଶିକ୍ଷୟତ୍ରୀ ସୁଲେଖା ମିଶ୍ର ପ୍ରମୁଖ ପ୍ରଧାନ ଶିକ୍ଷକଙ୍କୁ ଏହି ଯୋଗ ପ୍ରଶିକ୍ଷଣ କାର୍ଯ୍ୟରେ ସହଯୋଗ କରୁଛନ୍ତି। ହରଚଣ୍ଡି ଉଚ୍ଚ ବିଦ୍ୟାପିଠର ଏଭଳି ଏକ କାର୍ଯ୍ୟକୁ ଉତ୍କଳ ସ୍ୱାଭିମାନ ମଞ୍ଚ ,ଗୋପବନ୍ଧୁ ସ୍ମୃତି ପରିଷଦ ଏବଂ ସ୍କୁଲର ସମସ୍ତ ଅଭିଭାବକ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories