www.samajalive.in
Saturday, December 6, 2025
16.1 C
Bhubaneswar

ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ୱାଶିଂଟନ୍‌ : ୩ ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ମାନବ ଜାତିକୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି କହିଛନ୍ତି ଯେ, ବର୍ତ୍ତମାନ ଯୁଗରେ ଯୋଗ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନରେ ପରିଣତ ହେଲାଣି। ଏହା ପୂରା ବିଶ୍ବକୁ ଯୋଡ଼ିବାକୁ କ୍ଷମତା ରଖୁଛି। ୨୦୧୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରୁ ଯେତେବେଳେ ଯୋଗ ଦିବସର ପ୍ରସ୍ତାବ ଆସିଥିଲା, ସେତେବେଳେ ରେକର୍ଡ ସଂଖ୍ୟକ ଦେଶ ଏହାର ସମର୍ଥନ କରିଥିଲେ। ସେବେଠୁ ଆଜି ପର୍ଯ୍ୟନ୍ତ ଅନ୍ତଃରାଷ୍ଟୀୟ ଯୋଗ ଦିବସ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନରେ ପରିଣତ ହେଲାଣି। ଆଜି ବି ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ । ମୁଁ ବି ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବି। ଭାରତର ଆବାହନରେ ବିଶ୍ୱର ୧୮୦ରୁ ଊର୍ଦ୍ଧ୍ୱ ଦେଶ ଯୋଗ ପାଇଁ ଏକତ୍ରିତ ହେବା କୌଣସି ଚମତ୍କାରଠୁ କମ୍‌ ନୁହେଁ। ଯୋଗର ବିସ୍ତାର ଅର୍ଥ ‘ବସୁଧୈବ କୁଟୁମ୍ବକମ୍’ ଭାବନାର ପ୍ରସାର କରିବା। ତେଣୁ ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀର ଥିମ୍‌ ୱାନ୍‌ ଆର୍ଥ, ୱାନ୍‌ ଫ୍ୟାମିଲି, ୱାନ୍‌ ଫ୍ୟୁଚର ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଯୋଗ ଦିବସରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ହିମାଚଳ ପ୍ରଦେଶରେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଜବଲପୁରରେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories