www.samajalive.in
Monday, December 8, 2025
27.1 C
Bhubaneswar

ୟାମିଙ୍କ ନିଷ୍ପତ୍ତି

ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବତି ଗୁଲ୍ ମିଟର୍‌ ଚାଲୁ’ରେ ୟାମି ଗୌତମ ଜଣେ ଆଇନଜୀବୀ ଭୂମିକାରେ ଦେଖାଦେଇଛନ୍ତି। ଏଥିରେ ତାଙ୍କ ସହ-କଳାକାର ଭାବେ ଶାହିଦ୍ କପୁର ଓ ଶ୍ରଦ୍ଧା କପୁର କାମ କରିଛନ୍ତି। ଏଇ ଚଳଚ୍ଚିତ୍ରର ପ୍ରଚାର କାର୍ୟ୍ୟକ୍ରମରେ ଯୋଗଦେଇଥିଲାବେଳେ ୟାମି ନିଜ ବିବାହ ନେଇ ଏକ ରୋଚକ ତଥ୍ୟ ପ୍ରକାଶ କରିଥିଲେ। ୨୯ ବର୍ଷୀୟ ୟାମିଙ୍କ ବିବାହ ନେଇ ବିଭିନ୍ନ ଖବର ଶୁଣାଯାଉଥିଲା। ପୁଲକିତ୍‌ ସମ୍ରାଟଙ୍କ ସହ ତାଙ୍କର ନାମ ମଧ୍ୟ ଯୋଡ଼ା ଯାଇଛି। ତେବେ ପରବର୍ତ୍ତୀ ସମୟରେ ଦୁହିଁଙ୍କ ବିଚ୍ଛେଦ ହୋଇଥିଲା। ଏବେ ୟାମି ଜନୈକ ଶିଳ୍ପପତିଙ୍କ ସହ ବିଭିନ୍ନ ସ୍ଥାନ ଭ୍ରମଣ କରୁଥିବାର ଦେଖାଯାଇଥିବା ସତ୍ତ୍ବେ ନିଜେ କିନ୍ତୁ କିଛି ସ୍ପଷ୍ଟ କରୁନାହାନ୍ତି। ବିବାହ ବାବଦରେ ତାଙ୍କ ମତ ହେଉଛି, ଆଗାମୀ ଚଳଚ୍ଚିତ୍ରର ଚରିତ୍ର ନିମନ୍ତେ ତାଙ୍କୁ କେଶ ଖୁବ୍ ଛୋଟ କରିବାକୁ ପଡ଼ିବ। ଏଣୁ କେଶ ପୁନଃ ଲମ୍ବା ନ ହେବା ପର୍ୟ୍ୟନ୍ତ ସେ ବିବାହ ସମ୍ପର୍କରେ ଭାବିବାକୁ ମଧ୍ୟ ରାଜି ହେଉନାହାନ୍ତି। ୟାମିଙ୍କ ଏଭଳି ମତ ଶୁଣି ଅନ୍ୟମାନେ ଆଶ୍ଚର୍ୟ୍ୟ ହେଉଛନ୍ତି। ୨୦୦୮ରେ ପ୍ରଥମେ ଟେଲିଭିଜନ ଜଗତ, ପରେ ସିନେଜଗତରେ ପାଦ ଥାପିଥିଲେ ୟାମି। ନିଜ ଯାତ୍ରାରେ ଖୁବ୍ ଆତ୍ମସନ୍ତୋଷ ଲାଭ କରୁଥିବା ଏଇ ଅଭିନେତ୍ରୀ ଏବେ ସାନ ଭଉଣୀ ସୁରିଲି ଗୌତମ୍‌ଙ୍କ ବଲିଉଡ କ୍ୟାରିୟର ଆରମ୍ଭ ନେଇ ଖୁବ୍ ବ୍ୟତିବ୍ୟସ୍ତ ଅଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories