www.samajalive.in
Monday, December 8, 2025
27.1 C
Bhubaneswar

ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶୀତଳ ଯୁଦ୍ଧର ଉତ୍ତେଜନା ଫେରାଇ ନଆଣିବାକୁ ସି ଜିନପିଙ୍ଗଙ୍କ ସତର୍କବାଣୀ

ବେଜିଂ: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଏକ ନୂଆ ସୁରକ୍ଷା ମେଣ୍ଟ ‘ଅକସ୍‌’ ଗଠନ କରିବାକୁ ନେଇ ଚୀନ ନିକଟ ଅତୀତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ସଂପ୍ରତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶୀତଳ ଯୁଦ୍ଧର ଉତ୍ତେଜନା ଫେରାଇ ନଆଣିବାକୁ ସତର୍କବାଣୀ ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ ନୂଆ ସୁରକ୍ଷା ଗୋଷ୍ଠୀ ‘ଅକସ୍‌’ ଗଠନ ପରେ ଅଷ୍ଟ୍ରେଲିଆ ପରମାଣୁ ଶକ୍ତିଚାଳିତ ବୁଡାଜାହାଜ ନିର୍ମାଣ କରିବାକୁ ଯାଉଛି । ତେବେ ଆସନ୍ତା ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଭର୍ଚୁଆଲ ବୈଠକରେ ଯୋଗଦେବା ପୂର୍ବରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ନକରିବାକୁ ଚେତାବନୀ ଦେଇଛନ୍ତି । ନୁ୍ୟଜିଲାଣ୍ଡରେ ଆୟୋଜିତ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ (ଆପେକ) ଶିଖର ବୈଠକ ପାଇଁ ରେକର୍ଡ କରାଯାଇଥିବା ଏକ ଭିଡିଓ ବାର୍ତ୍ତା ପଠାଇ ଚୀନ ରାଷ୍ଟ୍ରପତି କହିଛନ୍ତି, ଭୌଗୋଳିକ-ରାଜନୈତିକ ଆଧାରରେ ଏକ ବିଚାରଗତ ନିଷ୍କର୍ସରେ ପହଞ୍ଚିବା ଅଥବା କ୍ଷୁଦ୍ର ଗୋଷ୍ଠୀ ଗଠନ କରିବା ଉଦ୍ୟମ ବିଫଳ ହେବ । ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ପୁଣି ଶୀତଳ ଯୁଦ୍ଧ ସମୟର ମୁକାବିଲାମୂଳକ ପରିସ୍ଥିତି ଅଥବା ବିଭାଜନକାରୀ ପରିସ୍ଥିତି ଫେରିଆସିବ ନାହିଁ ଏବଂ ଏଭଳି କରାଯିବା ମଧ୍ୟ ଅନୁଚିତ । କରୋନା ମହାମାରୀକୁ ନେଇ ଚିନ୍ତା ପ୍ରକଟ କରି ସେ କହିଛନ୍ତି ଯେ କୋଭିଡ-୧୯ ଏବେ ମଧ୍ୟ ବିଶ୍ୱରେ ବିଭୀଷିକା ସୃଷ୍ଟି କରୁଛି । ଏଭଳି ପରିସ୍ଥିତିରେ ବିଶ୍ୱସ୍ତରରେ ଅର୍ଥନୈତିକ ପୁନରୁଦ୍ଧାର ଏକ ଜଟିଳ ଏବଂ ନିର୍ଯାତିତ ବିଷୟ ହୋଇଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories