ଆଜି ବିଶ୍ୱ ସମୁଦ୍ର ଦିବସ। ପ୍ରତିବର୍ଷ ଜୁନ୍ ୮ ତାରିଖକୁ ବିଶ୍ୱ ସମୁଦ୍ର ଦିବସ ରୂପେ ପାଳନ କରାଯାଏ। ସମୁଦ୍ର ଭଳି ପ୍ରାକୃତିକ ସମ୍ବଳର ସୁରକ୍ଷା ଏବଂ ସାମୁଦ୍ରିକ ସମ୍ବଳର ଉଚିତ ପରିଚାଳନା ନେଇ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
୧୯୯୨ରେ ବ୍ରାଜିଲରେ ଅନୁଷ୍ଠିତ ପୃଥିବୀ ଶିଖର ସମ୍ମିଳନୀରେ କାନାଡାର ଆନ୍ତର୍ଜାତିକ ସାମୁଦ୍ରିକ ବିକାଶ କେନ୍ଦ୍ର ଏବଂ କାନାଡା ସାମୁଦ୍ରିକ ପ୍ରତିଷ୍ଠାନ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ଜାତିସଂଘ ଦ୍ୱାରା ଏହି ଦିବସକୁ ୨୦୦୮ ମସିହାରେ ସ୍ୱୀକୃତି ମିଳିଥିଲା।
ଆଜି ବିଶ୍ୱ ସମୁଦ୍ର ଦିବସ
Popular Categories



