www.samajalive.in
Monday, December 8, 2025
17.1 C
Bhubaneswar

ସବୁଜ ବାହିନୀ ଓ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜଲା ବନ ବିଭାଗ ପକ୍ଷରୁ ଓ ସବୁଜ ବାହିନୀ ପକ୍ଷରୁ ପୃଥକ ପୃଥକ ଭାବେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ମାଲକାନଗିରି ଜଲା ବନଖଣ୍ଡୀୟ ଅଧିକାରୀ ଦେବଦାସ ମିରାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଲିଙ୍ଗରାଜ ପଣ୍ଡା, ଉପଖଣ୍ଡୀୟ ପୁଲିସ ଅଧିକାରୀ ହୃସିକେଷ ଡି କିଲାରି, ବିଡିଓ ତଥା ଜିଲା ସୂଚନା ଅଧିକାରୀ ଗୁଣନିଧି ନାୟକ, ଅତିରିକ୍ତ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ମଟର ସାଇକେଲ ରାଲି ବାଲିମେଳା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ମାଲକାନଗିରି ଠାରେ ପହଞ୍ଚିଥିଲା। ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ପରିବେଶ ସଚେତନତା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରିବେଶ ନଷ୍ଟ ପାଇଁ ମାନବ ସମାଜ ହିଁ ଦାୟୀ। ବିଶ୍ୱ ପରିବେଶ ଦିବସରେ ପରିବେଶକୁ ପ୍ରଦୂଷଣକୁ ନେଇ ଆଜି ସାରା ବିଶ୍ୱ ଚିନ୍ତା ପ୍ରକଟ କରିଥିଲା ବେଳେ ପୃଥିବୀକୁ ଏକ ନିଶ୍ଚିନ୍ତ ଧ୍ୱଂସ ମୁଖକୁ ଅଗ୍ରସର ହେଉଛିା ଏହି ବିପଦରୁ ମୁକ୍ତି ଏବଂ ପୃଥିବୀର ପରିବେଶକୁ ସୁଧାରିବା ପାଇଁ ସାରା ବିଶ୍ୱ ଚିନ୍ତିତା ପରିବେଶ ସନ୍ତୁଳକୁ ରକ୍ଷା କରିବା ପାଇଁ ଅନ୍ତର୍ଜାତୀୟ ଦେଶ ଏବଂ ରାଜ୍ୟ ସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଏହିସଭାରେ ମାଲକାନଗିରି ରେଞ୍ଜର ବାସୁଦେବ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମାଷ୍ଟର ଟ୍ରେନର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଦୁର୍ଯ୍ୟୋଧନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ସେହିପରି ମାଲକାନଗିରି ସବୁଜ ବାହିନୀ ପକ୍ଷରୁ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଯୋଗ ଦେଇଥିବା ବେଳେ ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲ। ପ୍ରାୟ ୫୦ଟି ଗଛ ଲଗା ଯାଇଥିଲା ବେଳେ ବୃକ୍ଷ ରୋପଣ ଦ୍ୱାରା କିଭଳି ପରିବେଶ ସନ୍ତୁଳନ ରୋକା ଯାଇପାରିବ ସେ ସମ୍ପର୍କରେ ଛାତ୍ରମାନଙ୍କୁ କୁହାଯାଇଥିଲା। ଗଛଟିଏ ଶିଶୁ ଟିଏ ନାରା ଦିଆ ଯାଇ ନଗର ପରିକ୍ରମା କରାଯାଇଥିଲା। ଅଧ୍ୟାପକ ରଂଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲା ବାର୍‍ ଆସୋସିଏସନ ସଭାପତି ନୃସିଂହ ଚରଣ ମହାନ୍ତି, ଆଇନଜୀବି ଲମ୍ବୋଦର ତୁରୁକ ଯୋଗ ଦେଇଥିବା ବେଳେ ଯୁବ ରେଡକ୍ରସ, ଏନ.ସି.ସି. ଓ ସବୁଜ ବାହିନୀ , ଟିମ୍‍ ଉଇ କ୍ୟାନ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories