www.samajalive.in
Wednesday, December 10, 2025
18.1 C
Bhubaneswar

୩ରେ ଭାରତୀୟ ବିଶ୍ବକପ୍‌ ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷଣା କରାଯିବ। ୨ରେ ପାକିସ୍ତାନ ବିପକ୍ଷରେ ଭାରତ ଏସିଆ କପ୍‌ ମ୍ୟାଚ୍‌ ଖେଳିବ। ଏହାର ଦିନକ ପରେ ୧୫ ଜଣିଆ ଭାରତୀୟ ବିଶ୍ବକପ୍‌ ଦଳ ଘୋଷଣା କରାଯିବ। ଅନୁମାନ କରାଯାଉଛି ଯେ ଏସିଆ କପ୍ ପାଇଁ ଘୋଷିତ ୧୭ ଜଣିଆ ଦଳରୁ ୨ ଜଣ ବାଦ୍‌ ପଡ଼ିପାରନ୍ତି। ଟ୍ବେଣ୍ଟି୨୦ ପ୍ରଦର୍ଶନ ଭିତ୍ତିରେ ତିଳକ ବର୍ମାଙ୍କୁ ଏସିଆ କପ୍‌ ଦଳରେ ସାମିଲ କରାଯାଇଛି। ପାକିସ୍ତାନ ବିପକ୍ଷରେ ତାଙ୍କର ଖେଳିବାର ସମ୍ଭାବନା ନାହିଁ। ତେଣୁ ତିଳକ ବର୍ମା ବିଶ୍ବକପ୍‌ ଦଳରୁ ବାଦ୍ ପଡ଼ିପାରନ୍ତି। ଦୁଇ ପେସ୍ ବୋଲର ସାର୍ଦୁଳ ଠାକୁର ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣେ ବାଦ୍‌ ପଡ଼ିପାରନ୍ତି। ପୁଣି କେ.ଏଲ୍‌. ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ମନୋନୟନକାରୀ ୨/୩ ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ଘୋଷଣା କରିପାରନ୍ତି। ସେନିୟମ ଅନୁସାରେ, ଭାରତ ସେପ୍ଟେମ୍ବର ୨୮ ସୁଦ୍ଧା ବିଶ୍ବକପ୍‌ ଦଳରେ ପରିବର୍ତ୍ତନ କରିପାରେ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏହାର ପ୍ରଦର୍ଶନ ଭିତ୍ତିରେ ଭାରତୀୟ ଦଳରେ ଗୋଟିଏ/୨ଟି ପରିବର୍ତ୍ତନ ​ହୋଇପାରେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories