www.samajalive.in
Monday, December 8, 2025
14.1 C
Bhubaneswar

ଜାତିସଂଘରେ ତାଲିବାନର ପ୍ରତିନିଧିତ୍ୱକୁ ବିଶ୍ୱ ସମୁଦାୟର ଦୃଢ ବିରୋଧ

ନ୍ୟୁୟର୍କ/କାବୁଲ/ଇସଲାମାବାଦ: ବନ୍ଧୁକ ମୁନରେ ଆଫଗାନିସ୍ତାନ ଶାସନ ଦଖଲ କରିଥିବା ତାଲିବାନ ଆତଙ୍କି ଗୋଷ୍ଠୀ ଜାତିସଂଘ ସାଧାରଣ ପରିଷଦର ୭୬ତମ ଅଧିବେଶନରେ ତାଲିବାନର ପ୍ରତିନିଧିଙ୍କୁ ଉଦବୋଧନ ଦେବାକୁ ଜାତିସିଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ନିକଟକୁ ପତ୍ର ଲେଖିବା ପରେ ତାହାକୁ ବିଶ୍ୱ ସମୁଦାୟ ଦୃଢ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଆଫଗାନିସ୍ତାନର ଏହି ନୂଆ ଶାସକଙ୍କ ଦ୍ୱାରା କୋ÷ଣସି ଉଦ୍ଦେଶ୍ୟ ସାଧିତ ହେବନାହିଁ। ଅନ୍ୟଏକ ଉଲ୍ଲେଖଯୋଗ୍ୟ ଘଟଣାକ୍ରମରେ ସାର୍କ ସମ୍ମିଳନୀରେ ତାଲିବାନକୁ ସାମିଲ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦାବିକୁ ସାର୍କ ରାଷ୍ଟ୍ରଗୋଷ୍ଠୀ ପ୍ରତ୍ୟାଖ୍ୟାନ କରିଦେବା ଏବଂ ସେଥିପାଇଁ ସାର୍କ ସମ୍ମିଳନୀ ବାତିଲ ହୋଇଯିବା ପରେ ଇମ୍ରାନ ଖାଁଙ୍କ ମୁହଁରେ କଳା ବୋଳି ହୋଇଯାଇଛି। ତାହା ଛଡାଇବାକୁ ସେ ଏବେ ତାଲିବାନକୁ ପାଠ ପଢାଇବା ଆରମ୍ଭ କରିଛନ୍ତି। ଇମ୍ରାନ କହିଛନ୍ତି ଯେ ମହିଳାଙ୍କୁ ଶିକ୍ଷା ଆହରଣ ସୁଯୋଗରୁ ବଂଚିତ କରାଗଲେ ତାହା ଇସଲାମ ବିରୋଧୀ ହେବ।
ସୂଚନାଯୋଗ୍ୟ ଯେ ତାଲିବାନ ଗୋଷ୍ଠୀ ଏହାର ମୁଖପାତ ସୁହେଲ ସାହିନଙ୍କୁ ଜାତିସଂଘର ନୂଆ ରାଷ୍ଟ୍ରଦୂତ ଭାବରେ ମନୋନୀତ କରିବା ସହିତ ତାଙ୍କୁ ଜାତିସଂଘ ସାଧାରଣ ପରିଷଦରେ ଉଦବୋଧନ ଦେବାକୁ ମହାସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି। ତାଲିବାନ ଆତଙ୍କି ଗୋଷ୍ଠୀକୁ ଚୀନ, ରୁଷ ଓ ପାକିସ୍ତାନ ବନ୍ଧୁତାର ହାତ ବଢାଇବା ସମୟରେ ଜର୍ମାନୀ ଏଭଳି ଅନୁରୋଧକୁ ଦୃଢ ବିରୋଧ କରିଛି। ଜର୍ମାନୀ ବୈଦେଶିକ ମନ୍ତ୍ରୀ ହିକୋ ମାସ୍‍ କହିଛନ୍ତି, ତାଲିବାନ କେବଳ କଥା କହିଲେ ହେବନାହିଁ, ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି କାମରେ କରି ଦେଖାଇବାକୁ ହେବ। ଅନ୍ୟପକ୍ଷରେ ଜାତିସଂଘରେ ଅବସ୍ଥାପିତ ରୁଷର ସ୍ଥାୟୀ ପ୍ରତିନିଧି ଭାସିଲି ନେବେନଜିଆ ସ୍ପୁଟନିକ ଖବର ସରବରାହ ସଂସ୍ଥା ନିକଟରେ ପ୍ରକାଶ କରି କହିଛନ୍ତି ଯେ ତାଲିବାନ ଉପରୁ କଟକଣା ଉଠାଇବା ପ୍ରସ୍ତାବ ଜାତିସଂଘ ନିରାପତ୍ତା ପରିଷଦ କାର୍ଯ୍ୟସୂଚୀରେ ସ୍ଥାନ ପାଇନାହିଁ। ଯଦିଓ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଶୀଘ୍ର ହେଉ ଅଥବା ବିଳମ୍ବରେ, ଏହାକୁ ସମାଧାନ କରିବାକୁ ହେବ। ସେ ଏହା ମଧ୍ୟ କହିଛନ୍ତି ଯେ କେବଳ ପାଞ୍ଚଜଣ ସ୍ଥାୟୀ ସଦସ୍ୟ ନୁହନ୍ତି, ପରିଷଦର ସମସ୍ତ ସଦସ୍ୟ ସେମାନଙ୍କ ଭାଷଣରେ ଆଫଗାନିସ୍ତାନର ନୂଆ କର୍ତ୍ତୃପକ୍ଷଙ୍କ କ୍ଷେତ୍ରରେ ସତର୍କତାର ସହିତ ପଦକ୍ଷେପ ନେବାକୁ କହିଛନ୍ତି।
ଏପଟେ ତାଲିବାନକୁ ସମର୍ଥନ କରି ଆନ୍ତର୍ଜାତିକ ସ୍ତରରେ କୋଣଠେସା ହୋଇଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି, ତାଲିବାନ ନେତୃବୃନ୍ଦ ଖୁବଶୀଘ୍ର ମହିଳାଙ୍କୁ ଶିକ୍ଷା ଆହରଣ ପାଇଁ ଅନୁମତି ଦେବା ଆଶା କରାଯାଉଛି। ତାଲିବାନ ନେତୃତ୍ୱ ସମାବେଶୀ ଏବଂ ମାନବାଧିକାରକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇ ଇମ୍ରାନ କହିଛନ୍ତି, ଆଫଗାନିସ୍ତାନ ଆତଙ୍କିମାନଙ୍କୁ ଆଶ୍ରୟ ଦେବା ଉଚିତ ନୁହେଁ, ଯେଉଁମାନେ ପାକିସ୍ତାନର ନିରାପତ୍ତା ପ୍ରତି ବିପଦ ସୃଷ୍ଟିକରିବେ। ବ୍ରିଟେନର ଏକ ଗଣମାଧ୍ୟମ ନିକଟରେ ପ୍ରକାଶକରି ଇମ୍ରାନ କହିଛନ୍ତି, ଆଫଗାନିସ୍ତାନରେ ଏକ ସମାବେଶୀ ସରକାର ଗଠନରେ ବିଫଳ ହେଲେ ଦେଶରେ ଗୃହଯୁଦ୍ଧ ଲାଗିବା ଆଶଙ୍କା ରହିଛି। ତାଲିବାନ ଯଦି ସରକାରରେ ସମସ୍ତ ଗୋଷ୍ଠୀକୁ ସାମିଲ ନକରେ, ତେବେ ସେଠାରେ ଗୃହଯୁଦ୍ଧର ଆଶଙ୍କା ରହିଛି। ଏହାଦ୍ୱାରା ସେଠାରେ ଅସ୍ଥିର ଅବସ୍ଥା ଲାଗି ରହିବ ଏବଂ ତାହା ଆତଙ୍କବାଦୀଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନରେ ପରିଣତ ହେବ। ତାହା ଚିନ୍ତାର ବିଷୟ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories