www.samajalive.in
Sunday, December 7, 2025
23.1 C
Bhubaneswar

ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନିମନ୍ତେ କର୍ମଶାଳା

ଫୁଲବାଣୀ,ବାଲିଗୁଡ଼ା : ବିପର୍ଯ୍ୟୟ ପରିଚାଳନାରେ ଜନସାଧାରଣ କିପରି ଗ୍ରାମାଞ୍ଚଳରେ ଘଟୁଥିବା ବିଭିନ୍ନ ବିପଦକୁ ସଠିକ୍‌ ଭାବରେ ସାମ୍ନା କରି ତାର ସୁପରିଚାଳନା କରିପାରିବେ ସେ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ସହିତ ତାଲିମ୍‌ ପ୍ରଦାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବାଲିଗୁଡା ବ୍ଲକ୍‌ ସମ୍ମିଳନୀରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନିଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନିମନ୍ତେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ମିଶାବତୀ ମଲ୍ଲିକ, ଉପାଧ୍ୟକ୍ଷା ନିକଜୀନୀ ଦିଗାଳ, ବାଲିଗୁଡା ବ୍ଲକର ସରପଞ୍ଚ, ସମିତିସଭ୍ୟ, ଦମକଳ କେନ୍ଦ୍ରର ଅଧିକାରୀ ଓ ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସାମିଲ୍ ହୋଇଥିଲେ । ଜିଲ୍ଲା ବିପଦ ପ୍ରଶମନ କନ୍‌ସଲ୍‌ଟାଣ୍ଟ ପ୍ରଭୁପ୍ରସାଦ ମହାରଣା କର୍ମଶାଳା ମାଧ୍ୟମରେ ବିଭିନ୍ନ ବିପଦର ରୂପରେଖକୁ ବର୍ଣ୍ଣନା କରିବା ସହ କିପରି ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସ୍ଥାନୀୟ ସ୍ୱେଛାସେବୀ କର୍ମକର୍ତ୍ତା ଓ ଗାଁ ସ୍ତରରେ ଉପଲବ୍ଧ ସମ୍ବଳକୁ ବ୍ୟବହାର କରି ବିପଦକାଳୀନ ପ୍ରଶମନ କରିପାରିବେ ତାହାର ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିଥିଲେ  । ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ଅଧିକାରୀ ଦିନେଶ କୁମାର କହଁର ପରିଚାଳନା କରିଥିବାବେଳେ ବିଶ୍ୱରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories