www.samajalive.in
Sunday, December 7, 2025
16.1 C
Bhubaneswar

ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ୧ କୋଟି ମାଗୁଥିଲେ, ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ବାନ୍ଧିଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ପ୍ରଥମେ ପୁରୁଷ ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଜେଲ ପଠାଇଲେ। ପରେ ମାମଲା ରଫାଦଫା କରିବାକୁ ୧ କୋଟି ଟଙ୍କା ମାଗିଲେ ମହିଳା। ଶେଷରେ ପୁଲିସ ଉକ୍ତ ମହିଳାଙ୍କ କାରନାମା ଉପରୁ ପରଦା ହଟାଇବାରେ ସଫଳ ହେବା ସହ ତାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ଉତ୍ତର ମୁମ୍ବଇରେ ଥିବା ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ବୋଲି ଜଣାପଡ଼ିଛି। ବ୍ଲାକମେଲ ଏବଂ ବଟି ଆଦାୟ ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଡଲି କୋଟକ ନାମ୍ନୀ ମହିଳା ଜଣକ ଆରବିଏଲ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଜଣେ ଆଇଟି କର୍ମଚାରୀଙ୍କ ବିରୋଧରେ ସେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ ଅଭିଯୁକ୍ତ ଆଇଟି କର୍ମଚାରୀଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ଡଲି ଏତିକିରେ ସନ୍ତୁଷ୍ଟ ହୋଇ ନ ଥିଲେ। କୋର୍ଟ ପରିସରରେ ସେ ଅଭିଯୁକ୍ତଙ୍କ ଭଉଣୀଙ୍କୁ ଜାମିନ କାଗଜପତ୍ର ପାଇଁ ଏନଓସି ବୟାନ ଦେବା ଲାଗି ୧ କୋଟି ଟଙ୍କା ମାଗିଥିଲେ। ଏପରି କି ଟଙ୍କା ନ ଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେନାବନୀ ଦେଇଥିଲେ।

- Advertisement -

ଅଭିଯୁକ୍ତଙ୍କ ଭଉଣୀ ଟଙ୍କା ଦେଇପାରିବେ ନାହିଁ ବୋଲି ମନା କରିବା ସତ୍ବେ ଡଲି ତାଙ୍କୁ ବାରମ୍ବାର ଫୋନ କରି ଟଙ୍କା ମାଗିଥିଲେ। ସେ ଏ ନେଇ ପୁଲିସକୁ ଜଣାଇଥିଲେ ହେଁ ପୁଲିସ କିଛି ଶୁଣି ନ ଥିଲା। ଶେଷରେ ଅଭିଯୁକ୍ତଙ୍କ ଭଉଣୀ ଏ ସମ୍ପର୍କରେ ବୋରିଭଲି କୋର୍ଟରେ ମାମଲା ଦାୟର କରିଥିଲେ। କୋର୍ଟଙ୍କ ନିର୍ଦେଶରେ ପୁଲିସ ତଦନ୍ତ କରିବା ପରେ ଡଲି ମିଥ୍ୟା ଅଭିଯୋଗ ଜରିଆରେ ଉକ୍ତ ଆଇଟ କର୍ମଚାରୀଙ୍କୁ ଜେଲ ପଠାଇଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏହା ସହିତ ଡଲିଙ୍କ ସହଯୋଗ କରିଥିବା ଅନ୍ୟ ୨ ଜଣଙ୍କୁ ବି ପୁଲିସ ଗିରଫ କରିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories