www.samajalive.in
Wednesday, December 10, 2025
18.1 C
Bhubaneswar

ତିନି ମହଲାରୁ ଡେଇଁ ବଳାତ୍କାରୀଙ୍କ କବଳରୁ ବର୍ତ୍ତିଲେ ମହିଳା

ଜୟପୁର : ଗଣବଳାତ୍କାରର ଶିକାର ଜଣେ ନେପାଳୀ ମହିଳା ଜୀବନ ବଞ୍ଚାଇବାକୁ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ତିନି ମହଲା ଉପରୁ ଡେଇଁ ପଡ଼ିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୌଭାଗ୍ୟକ୍ରମେ ସେ ବଞ୍ଚିଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ରାଜସ୍ଥାନ ଜୟପୁରର ମୁହାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନାନୁଯାୟୀ, ଲୋକେଶ ସାଇନି(୧୯) ଓ କମଲ ସାଇନି(୨୪) ନାମକ ଦୁଇ ଯୁବକ ଶୁକ୍ରବାର ଓ ଶନିବାର ଦୁଇ ରାତି ଧରି ସମ୍ପୃକ୍ତ ୨୩ବର୍ଷୀୟା ନେପାଳୀ ମହିଳାଙ୍କୁ ଏକ ଆପାର୍ଟମେଣ୍ଟର ତୃତୀୟ ମହଲାରେ ଥିବା ଘରେ ରଖି ବଳାତ୍କାର କରିଥିଲେ। ସେମାନଙ୍କ କବଳରୁ ବର୍ତ୍ତିବା ପାଇଁ ମହିଳା ଜଣଙ୍କ ଶନିବାର ରାତିରେ ଆପାର୍ଟମେଣ୍ଟରୁ ଉଲଗ୍ନ ଅବସ୍ଥାରେ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories