www.samajalive.in
Friday, December 5, 2025
27.1 C
Bhubaneswar

ରୋଗ ଶଯ୍ୟାରେ ପତ୍ନୀ, ଅର୍ଥ ସାଜିଛି ବାଧକ

ପାଟକୁରା: ତ୍ସ୍ରୀ ରୋଗ ଶର୍ଯ୍ୟାରେ ପଡିଥିବାରୁ ଚିକିତ୍ସା କରିବା ପାଇଁ ଅର୍ଥ ମୂଖ୍ୟ ପ୍ରତିବନ୍ଧକ ସାଜି ଥିବାରୁ ଜମି ବିକ୍ରୀ କରିବାକୁ ସ୍ୱାମୀ ବାର ଦୂଆର ହେଉଛି। ସେବା ସମବାୟ ସମିତିରୁ କରିଥିବା ରୁଣକୁ ପରିଶୋଧ କରିଥିଲେ ମଧ୍ୟ ସମବାୟ ସମିତିରୁ କ୍ଲିଅରାନ୍ସ ଯାଇ ପାରୁ ନ ଥିବାରୁ ଜମି ବିକ୍ରୀ କରିବାରେ ବାଧକ ସାଜିଝି ବୋଲି କହନ୍ତି ଆକୁଳି ଚରଣ ପ୍ରଧାନ। ପ୍ରକାଶ ଯେ, ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଞ୍ଚାୟତର ହରିଦାସପୁର ଗ୍ରାମର ଆକୁଳି ଚରଣ ପ୍ରଧାନ (୭୦), ବେଡାରୀ ସେବା ସମବାୟ ସମିତିରେ ୧୪୫୭ ନମ୍ବରରେ ସଭ୍ୟ ହୋଇଛନ୍ତି। ଚାଷ କାର୍ଯ୍ୟ କରିବା ପାଇଁ କିଷାନ୍‍ କ୍ରେଡିଟ୍‍ କାର୍ଡ ମାଧ୍ୟମରେ ନିୟମିତ ଭାବରେ ରୁଣ ଦେଣ ନେଣ କରୁଥିଲେ। ସମବାୟ ସମିତିର ନିୟମ ମୁତାବକ ଚାର୍ଜ କ୍ରିଏସନ୍‍ ମଧ୍ୟ କରିଥିଲେ। ଗତ କିଛି ଦିନ ହେଲା ଆକୁଳିଙ୍କ ତ୍ସ୍ରୀ ପଡି ଯାଇଯିବାରୁ ତାଙ୍କୁ ପକ୍ଷାଘାତ ରୋଗ ଆରମ୍ଭ ହୋଇଛି। ଚିକିତ୍ସା ଚାଲିଥିଲେ ମଧ୍ୟ ଅଧିକ ଚିକିତ୍ସା କରାଇବା ପାଇଁ ଅର୍ଥର ଆବଶ୍ୟକ ରହିଥିବାରୁ ଆକୁଳି ଜମି ବିକ୍ରୀ କରିବାକୁ ଗ୍ରାହକ ସ୍ଥିର କରିଛନ୍ତି।

ସମିତିରେ ରହିଥିବା ରୁଣ ଟଙ୍କାକୁ ସୁଝିବା ପାଇଁ ଗ୍ରାହକଙ୍କ ଠାରୁ ଟଙ୍କା ଆଣି ଗତ ୨୨ ତାରିଖ ଦିନ ୨୫ ହଜାର ୭୪୦ ଟଙ୍କା ରୁଣ ଟଙ୍କାକୁ ପରିଶୋଧ କରିଛନ୍ତି। ବେଡାରୀ ସମବାୟ ସମିତିର ସମ୍ପାଦକ ଅନୁପସ୍ଥିତ ରହିଥିବାରୁ ସହ-ସମ୍ପାଦକ ଉମାକାନ୍ତ ସାହୁଙ୍କୁ ରୁଣ ଟଙ୍କା ପରିଶୋଧ କରିଥିବା ସୂଚନା ଦେଇଛନ୍ତି। ସହ -ସମ୍ପାଦକଙ୍କର ରସିଦ୍‍ କାଟିବା କ୍ଷମତା ନ ଥିବାରୁ ସମ୍ପାଦକ ଦିଲ୍ଲିପ୍‍ କୁମାର ପଣ୍ଡା ଆସିବା ପରେ ରସିଦ୍‍ ପ୍ରଦାନ କରାଯିବ ଓ ଗରଦପୁର ଠାରେ ଥିବା ସବ୍‍-ରେଜିଷ୍ଟାର ଅଫିସରେ ଚାର୍ଜ୍ଜ ଫ୍ରୀ କରିବାକୁ ସହ-ସମ୍ପାଦକ ଶ୍ରୀ ସାହୁ କହିଥିଲେ। ୨୯ତାରିଖ ଦିନ ଗରଦପୁର ସବ୍‍-ରେଜିଷ୍ଟାର ଅଫିସ୍‍ରେ ଚାର୍ଜ୍ଜ ଫ୍ରୀ କରିବା ପାଇଁ ପ୍ରତିଶୃତି ପାଇବା ପରେ ଆକୁଳି ପ୍ରଧାନ ସକାଳ ୯ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସବ୍‍-ରେଜିଷ୍ଟାର ଅଫିସ୍‍ରେ ଅପେକ୍ଷା କରି ରହିଥିଲେ ମଧ୍ୟ ସମ୍ପୃକ୍ତ ସମ୍ପାଦକ କିମ୍ବା ସହ-ସମ୍ପାଦକ କିଷାନ୍‍ କାର୍ଡ ବହି କିମ୍ବା ରୁଣ ପରିଶୋଧ କରାଯାଇଥିବା ରସିଦ୍‍ ନେଇ ପହଞ୍ଚି ନ ଥିବାରୁ ଚାର୍ଜ୍ଜ ଫ୍ରୀ କରିବା ପାଇଁ ଅଫିସ୍‍ ପକ୍ଷରୁ କୌଣସି ଆବଶ୍ୟକ ପଦକ୍ଷେପ ନେଇ ନ ଥିଲେ।

- Advertisement -

ଏ ସମ୍ପର୍କରେ ସମିତିର ସହ-ସମ୍ପାଦକ ଶ୍ରୀ ସାହୁଙ୍କୁ ପଚାରିବାରେ ସେ କହନ୍ତି ଯେ ଆଜି ମାସର ଶେଷ ତାରିଖ ହୋଇଥିବାରୁ ଅଧିକ କାମ ରହୁଛି ଓ ଅଡିଟ୍‍ ହେଉଥିବାରୁ ସବ୍‍ ରେଜିଷ୍ଟାର ଅଫିସ୍‍କୁ ଯାଇ ପାରୁ ନାହିଁ। ସମୟ ଦେଖି ଯିବାକୁ ପଡିବ। ପ୍ରକାଶ ଯେ, ବେଡାରୀ ସେବା ସମବାୟ ସମିତି ଦାଇତ୍ୱରେ ସ୍ଥାନିୟ ତଳକୁସୁମା ସେବା ସମବାୟ ସମିତିର ସମ୍ପାଦକ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ବେଡାରୀ ସେବା ସମବାୟ ସମିତିର ସମ୍ପାଦକ ଭାବରେ ଅତିରିକ୍ତ ଦାଇତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ପଣ୍ଡା ଉଭୟ ଦୁଇଟି ସେବା ସମବାୟ ସମିତି ଦାଇତ୍ୱରେ ରହୁଥିବାରୁ ବେଡାରୀ ସେବା ସମବାୟ ସମିତି ପାଇଁ ଅଧିକ ସମୟ ଦେଇ ପାରୁ ନାହାଁନ୍ତି ବୋଲି ବହୁ ଚାଷୀ ଅଭିଯୋଗ ହେଉଛି। ଫଳରେ ଏହି ସେବା ସମବାୟ ସମିତିରେ ରହି ଥିବା ବହୁ ସଂଖ୍ୟକ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଡାରୀ ସେବା ସମବାୟ ସମିତିରେ ସହ ସମ୍ପାଦକ ରହିଥିଲେ ମଧ୍ୟ ତାଙ୍କୁ କୌଣସି ଦାଇତ୍ୱ ପ୍ରଦାନ କରାଯାଉ ନ ଥିବାରୁ କାର୍ଯ୍ୟରେ ଶିଥିଳତା ଦେଖାଯାଉଥିବାର ଜଣାଯାଇଛି। ଏଥି ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories