www.samajalive.in
Tuesday, December 9, 2025
16.1 C
Bhubaneswar

ପତ୍ନୀର ବେକ କଟିବା ପରେ ସ୍ୱାମୀର ଆତ୍ମହତ୍ୟା

ପିପିଲି : ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀଙ୍କ ଜୀବନ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ପତ୍ନୀ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପିପିଲି ଥାନା ଅନ୍ତର୍ଗତ ତେଇସିପୁର ପଞ୍ଚାୟତର ନିର୍ମଳା ଗ୍ରାମରେ। ମୃତକଙ୍କ ନାମ ବ୍ରଜକିଶୋର ସାହୁ (୬୨) । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।
ପ୍ରାପ୍ତ ସୂଚନା ଅନୁଯାଇ, ନିର୍ମଳା ଗ୍ରାମର ବ୍ରଜକିଶୋର ସାହୁ (୬୨) ଓ ତାଙ୍କ ପତ୍ନୀ ସାବିତ୍ରୀ ସାହୁ (୫୫)ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗତକାଲି ରାତିରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ରାତି ପ୍ରାୟ ସାଢେ ୩ଟା ସମୟରେ ସାବିତ୍ରୀଙ୍କ ବେକ କଟିଯାଇଥିବା ବେଳେ ତାଙ୍କ ଚିତ୍କାର ଶୁଣି ସାନପୁଅ କବିନ୍ଦ୍ର ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ। ସେଠାରେ ଉପସ୍ଥିତ ଥିବା ବ୍ରଜକିଶୋର ହଠାତ୍‍ ସେଠାରୁ ପଳାଇଯାଇ ନିଜ ଶୋଇବାଘର ଫ୍ୟାନରେ ପ୍ଲାଷ୍ଟିକ ରସି ଦ୍ୱାରା ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ସାହି ପଡିଶାଙ୍କ ଦ୍ୱାରା ସାବିତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ ଏମ୍ସରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଏସଂପର୍କରେ ଖବର ପାଇ ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଭୂୟାଁ ଶନିବାର ସକାଳେ ନିର୍ମଳା ଗ୍ରାମରେ ପହଞ୍ଚି ମୃତ ବ୍ରଜକିଶୋରଙ୍କ ମୃତଦେହକୁ ଜବତ କରି ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲେ। ଏନେଇ ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ସୂଚନା ମିଳିଛି। ତେବେ ସାବିତ୍ରୀଙ୍କ ବେକ କିପରି କଟିଲା ସେ ସଂପର୍କରେ କୌଣସି ସଠିକ୍‍ ସୂଚନା ମିଳିପାରିନଥିବା ବେଳେ ପୁଲିସ ଏନେଇ ପଚରାଉଚୁରା ଜାରି ରଖିଥିବା ସୂଚନା ମିଳିଛି । ଏହି ଘଟଣାଟି ନିର୍ମଳା ସମେତ ଆଖପାଖ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories