www.samajalive.in
Tuesday, December 9, 2025
17.1 C
Bhubaneswar

ମାସ୍କ : କିଏ-କେମିତି-କେବେ ପିନ୍ଧିବେ

କରୋନା ଭୂତାଣୁ ସଂକ୍ରମଣ ନେଇ ବ୍ୟାପକ ସଚେତନତା ଓ ସତର୍କତା ପ​‌େ​‌ର ବଜାରରେ ଏବେ ମାସ୍କ, ସାନିଟାଇଜର ଖୋଜା ପଡିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ଘୋଷଣା କରି ଆଇନରେ ସଂଶୋଧନ ମଧ୍ୟ କରିଛନ୍ତି। ତେବେ କରୋନା ସଂକ୍ରମଣ ଆଶଙ୍କା ରୋକିବା ଲାଗି କିଏ , କେତେବେଳେ ମାସ୍କ ପିନ୍ଧିବା ଉଚିତ ସେଥିନେଇ ଅନେକଙ୍କ ଭିତରେ ସ୍ପଷ୍ଟ ସୂଚନା ନାହିଁ।
– ଯଦି ଜଣେ ବ୍ୟକ୍ତି ସୁସ୍ଥ ଅଛନ୍ତି ଓ ସେ ଜଣେ ସନ୍ଧିଗ୍ଧ କରୋନା ସଂକ୍ରମିତଙ୍କ ଦେଖାଶୁଣା କରୁଛନ୍ତି ତାହେଲେ ଏକ୍ଷେତ୍ରରେ ଉଭୟ ମାସ୍କ ପିନ୍ଧିବା ଜରୁରୀ।
– ଯଦି ଆପଣ ଛିଙ୍କୁଛନ୍ତି କିମ୍ବା କାଶୁଛନ୍ତି ତାହାଲେ ମାସ୍କ ପିନ୍ଧନ୍ତୁ।
– ଆପଣ ହାତକୁ ସାବୁନ୍‌ କିମ୍ବା ସାନିଟାଇଜରରେ ବାରମ୍ବାର ଧୋଉବା ସହ ମାସ୍କ ପିନ୍ଧିଲେ ଏହା ଅଧିକ ଫଳପ୍ରଦ ହୋଇଥାଏ।
– ଯଦି ମାସ୍କ ପିନ୍ଧୁଛନ୍ତି, ତାହେଲେ ଏହାକୁ କିଭଳି ବ୍ୟବହାର କରିବେ ଓ ଫିଙ୍ଗିବେ ସେଥିନେଇ ସଠିକ୍ ସୂଚନା ରଖନ୍ତୁ।
– ମାସ୍କ ପିନ୍ଧିବା ପୂର୍ବରୁ ପ୍ରଥମେ ହାତକୁ ଭଲ ଭାବେ ସାବୁନ୍‌ କିମ୍ବା ସାନିଟାଇଜର ଜରିଆରେ ଧୁଅନ୍ତୁ।
– ମାସ୍କ ଜରିଆରେ ନିଜର ପାଟି ଓ ନାକକୁ ଘୋଡାଇ ରଖନ୍ତୁ। ମୁହଁ ଓ ମାସ୍କ ମଧ୍ୟରେ ଯେଭଳି କୌଣସି ବ୍ୟବଧାନ ନରୁହେ ସେଥିପ୍ରତି ଯତ୍ନବାନ ରୁହନ୍ତୁ।
– ବ୍ୟବହାର କରୁଥିବାବେଳେ ଏହାକୁ ଛୁଅଁନ୍ତୁ ନାହିଁ। ଯଦି ଛୁଇଁବାକୁ ଚାହାନ୍ତି, ତେବେ ହାତକୁ ଭଲ ଭାବେ ସଫା କରନ୍ତୁ।
– ମାସ୍କ ଓଦା ଓ ମଇଳା ହୋଇଗଲେ ଏହାକୁ ତୁରନ୍ତ ବଦଳାନ୍ତୁ। ଥରେ ବ୍ୟବହୃତ (ସିଙ୍ଗଲ ୟ୍ୟୁଜ୍) ମାସ୍କ ହୋଇଥିଲେ ଏହାକୁ ପୁନର୍ବାର ପିନ୍ଧନ୍ତୁ ନାହିଁ।
– ମାସ୍କକୁ ଖୋଲିବାବେଳେ ଏହାର ପଛପଟ ଫିତାକୁ ଧରି ବାହାର କରନ୍ତୁ ଓ ଢାଙ୍କୁଣୀ ଥିବା ଡଷ୍ଟବିନ୍‌ରେ ତୁରନ୍ତ ପକାଇ ଦିଅନ୍ତୁ। ପରେ ପରେ ହାତକୁ ସାବୁନ୍‌ ଓ ପାଣି କିମ୍ବା ସାନିଟାଇଜରରେ ଭଲ ଭାବେ ଧୁଅନ୍ତୁ।

ମନଇଚ୍ଛା କରନ୍ତୁନି ଔଷଧ ସେବନ

ଯେଉଁମାନେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ଆଶଙ୍କା କରୁଛନ୍ତି ସେମାନେ ମନକୁ ମନ କୌଣସି ଔଷଧ ସେବନ କରନ୍ତୁନି। ବିଶେଷକରି ଶରୀର ଦରଜ ଓ ବ୍ୟଥା ଲାଗି ‘ଇବୁପ୍ରୋଫିନ୍‌’ ଔଷଧ ଆଦୌ ସେବନ କରନ୍ତୁନି। ଯାତ୍ରାକାଳୀନ କଷ୍ଟ ଉପଶମ ଲାଗି ଅନେକ ଲୋକ ମନକୁ ମନ ଇବୁପ୍ରୋଫିନ୍‌ ଭଳି ଔଷଧ ସେବନ କରିଥାନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏହାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହି ଔଷଧ ସେବନ ଦ୍ବାରା ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିଥାଏ। ଇବୁପ୍ରୋଫିନ୍ ପରିବ​‌େ​‌ର୍ତ୍ତ ଡାକ୍ତରମାନେ ପରାସିଟାମଲ ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ବିଶେଷକରି ଯେଉଁମାନେ ବିଦେଶରୁ ଫେରିଛନ୍ତି ଓ ନିଜେ ନିଜେ କ୍ବାରେଣ୍ଟାଇନ୍‌ରେ ଘରେ ଅଛନ୍ତି ସେମାନଙ୍କ ଲାଗି ଏଭଳି ପରାମର୍ଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ‘ହୁ’ ସ୍ପଷ୍ଟ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories