www.samajalive.in
Tuesday, December 9, 2025
15.1 C
Bhubaneswar

ବାୟୁରେ ୩ଘଣ୍ଟା, ପ୍ଲାଷ୍ଟିକ ଉପରେ ୩ ଦିନ ବଞ୍ଚିରହେ କରୋନା ଭୂତାଣୁ

ନୂଆଦିଲ୍ଲୀ : କରୋନା ଭୂତାଣୁ ବାୟୁ ମଣ୍ଡଳରେ ୩ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିରହୁଥିବାବେଳେ ଫ୍ଲାଷ୍ଟିକ ଓ ଇସ୍ପାତ ପୃଷ୍ଠ ଉପରେ ୨ରୁ ୩ଦିନ ପର୍ଯ୍ୟନ୍ତ ବଞ୍ଚି ରହେ ବୋଲି ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡିସିନ (ଏନଇଜେଏମ୍‌)ର ଅଧ୍ୟୟନରୁ ଜଣାଯାଇଛି। ଏନଇଜେଏମ୍‌ରୁ ଅଧ୍ୟୟନ ଅନୁଯାୟୀ କରୋନା ଭୂତାଣୁ ତମ୍ବା (କପର) ପୃଷ୍ଠ ଉପରେ ୪ଘଣ୍ଟା ଓ କାର୍ଡବୋର୍ଡ ପୃଷ୍ଠ ଉପରେ ୨୪ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ରହିଥାଏ। କରୋନା ବା ସାର୍ସ-ସିଓଭି-୨ ଭୂତାଣୁ ଦୃଢତାକୁ ସାର୍ସ-ସିଓଭି (ସିଭିଅର ଆକ୍ୟୁଟ ରେସ୍ପିରେଟୋରି ସିନଡ୍ରୋମ୍‌) ସହିତ ତୁଳନା କରାଯାଇଥିଲା। ଏହି ଦୁଇ ଭୂତାଣୁ ମଧ୍ୟରେ ଅନେକ ସମାନତା ଦେଖାଯାଇଥିଲା। ଜାନୁଆରୀ ୨୩ରେ ଚୀନକୁ ଯୋଗାଯୋଗ ବନ୍ଦ ପୂର୍ବରୁ ଏହି ଭୂତାଣୁ ବିଶ୍ବର ଅନ୍ୟ ଦେଶକୁ ବ୍ୟାପିଯାଇଥିଲା। ଦିଲ୍ଲୀ ୟୁନିଭର୍ସିଟିର ବଲ୍ଲଭଭାଇ ପଟେଲ ଚେଷ୍ଟ ଇନଷ୍ଟିଚ୍ୟୁଟର ପୂର୍ବତନ ମୁଖ୍ୟ ଡାକ୍ତର ଜି ଅନିଲ କେ ପ୍ରସାଦ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତିର କାଶ ଓ ଝିଙ୍କ ଯେତେ ଅଧିକ ହେବ ଏହା ବାୟୁରେ ସେତେ ଅଧିକ ବ୍ୟାପିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories