www.samajalive.in
Saturday, December 6, 2025
16.1 C
Bhubaneswar

ହ୍ବାଟ୍ସଆପ୍‌ରେ ଏକାଥରେ ଆସିଲା ଅନେକ ଫିଚର୍‌; ବଦଳିଯିବ ଚାଟ୍‌ର ଶୈଳୀ

ଡେସ୍କ: ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଏକାସାଙ୍ଗେ ଅନେକ ଫିଚର ଆଣିଛି ହ୍ବାଟ୍ସଆପ୍‌, ଯାହା ମେସେଜ୍‌ ଏଡିଟିଙ୍ଗ୍‌ ପାଇଁ ଉପଲବ୍ଧ। ହ୍ବାଟ୍ସଆପ୍ ଏକାସାଙ୍ଗରେ ଚାରୋଟି ଟେକ୍ସଟ୍ ଫର୍ମାଟିଂ ଟୁଲ୍‌ ଆଣିଛି। ଏଥିରେ ବୁଲେଟ୍, ନମ୍ବର, ବ୍ଲକ୍ ଏବଂ ଇନଲାଇନ ସାମିଲ ଅଛି। ଏସବୁକୁ କେବଳ କିଛି ସର୍ଟକଟ୍ ସହିତ ବ୍ୟବହାର କରାଯାଇପାରିବ। ଏଠାରେ ସୂଚନାଯୋଗ୍ୟ, ହ୍ବାଟ୍ସଆପ୍‌ରେ ପୂର୍ବରୁ ବୋଲ୍ଡ, ଇଟାଲିକ୍, ଷ୍ଟ୍ରାଇକ୍‌ ଥ୍ରୁ ଏବଂ ମୋନୋସ୍ପେସ୍ ଭଳି ଟୁଲ୍‌ ରହିଛି।

ହ୍ବାଟ୍ସଆପ୍‌ର ଏହି ଟୁଲ୍‌କୁ କେମିତି କରିବେ ବ୍ୟବହାର?

- Advertisement -

ହ୍ବାଟ୍ସଆପ୍‌ର ଏହି ନୂତନ ଫିଚରର ଅପଡେଟ୍ ଆଇଓଏସ୍, ଆଣ୍ଡ୍ରଏଡ୍, ୱେବ୍ ଏବଂ ମ୍ୟାକ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ରହିଛି। ନୂଆ ଫିଚର ଉଭୟ ବ୍ୟକ୍ତିଗତ ଏବଂ ଗ୍ରୁପ୍‌ ଚାଟ୍ ପାଇଁ ବ୍ୟବହାର କରାଯାଇପାରିବ। ଏହି ଫିଚର ଚ୍ୟାନେଲ କିମ୍ବା ଗ୍ରୁପ୍ ଆଡ୍‌ମିନ୍‌ଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ।

ଏପରି ବ୍ୟବହାର କରନ୍ତୁ ବୁଲେଟ୍‌:

ସାଧାରଣତଃ ଲିଷ୍ଟ୍‌ ତିଆରି କରିବା ପାଇଁ ଏହା ବ୍ୟବହୃତ ହୁଏ। ଲିଷ୍ଟରେ ବୁଲେଟ୍‌ର ବ୍ୟବହାର କରିବା ପାଇଁ ବାକ୍ୟ ପୂର୍ବରୁ ଏବଂ ପରେ ‘-’ ବ୍ୟବହାର କରିବାକୁ ପଡ଼ିବ। ଥରୁଟିଏ ବୁଲେଟ୍ ଆରମ୍ଭ ହୋଇଯିବାପରେ ଆପଣ ଏଣ୍ଟର୍ ଦବାଇ ପରବର୍ତ୍ତୀ ନମ୍ବର ଆଣିପାରିବେ।

ଏମିତି କରନ୍ତୁ ନମ୍ବରିଙ୍ଗ୍‌ର ବ୍ୟବହାର: 

ଏହା ମଧ୍ୟ ବୁଲେଟ୍ ପରି ବ୍ୟବହୃତ ହେବ। ନମ୍ବରିଙ୍ଗ୍‌ ପାଇଁ ପ୍ରଥମେ ବାକ୍ୟ ପୂର୍ବରୁ ୧. ଲେଖିବାକୁ ପଡ଼ିବ। ଏହାପରେ ଏଣ୍ଟର ମାରିବା ମାତ୍ରେ ଦ୍ୱିତୀୟ ଏବଂ ତୃତୀୟ ନମ୍ବର ଆପେଆପେ ଆସିବ।

ହାଇଲାଇଟ୍‌ର ବ୍ୟବହାର:

ଯଦି କୌଣସି ଚାଟ୍ କିମ୍ବା ମେସେଜ୍‌କୁ କୋଟ୍‌ କରିବାକୁ କିମ୍ବା ହାଇଲାଇଟ୍ କରିବାକୁ ଚାହାଁନ୍ତି, ତେବେ ଏହାର ପୂର୍ବରୁ ଏବଂ ପରେ ‘>’ ବ୍ୟବହାର କରିବାକୁ ପଡ଼ିବ। ସ୍ପେସ୍ ପ୍ରତି ଧ୍ୟାନ ଦିଅନ୍ତୁ କିମ୍ବା ଏହି ସର୍ଟକଟ୍ ପୂର୍ବରୁ ଏବଂ ପରେ ସ୍ପେସ୍‌ ବ୍ୟବହାର କରନ୍ତୁ।

ଇନ୍‌ଲାଇନ୍‌ କୋଡ୍‌ର ବ୍ୟବହାର:

ଇନ୍‌ଲାଇନ୍‌ କୋଡ୍‌ ବ୍ୟବହାର କରିବା ପାଇଁ ବାକ୍ୟ ପୂର୍ବରୁ ଏବଂ ପରେ ` ବ୍ୟବହାର କରିବାକୁ ପଡ଼ିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories